ରାଜସ୍ଥାନ ରାଜନୀତିରେ ହଲଚଲ୍ । କୃଷି ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରୋଡି ଲାଲ ମୀନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ।
ଇସ୍ତଫା କିଛିଦିନ ପୂର୍ବରୁ ପଠାଯାଇଥିଲା, କିନ୍ତୁ ଆଜି ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରରେ ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନ ସମୟରେ କିରୋଡି ଲାଲ ମୀନା କହିଥିଲେ ଯେ ଯଦି ବିଜେପି ଦୋସା ଆସନରୁ ହାରିଯାଏ ତେବେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେବି।
ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ହେବା ପରଠାରୁ କିରୋଡି ଲାଲଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଏହି ଗୁଜବ ସତ ପ୍ରମାଣିତ ହୋଇଛି । କୁହାଯାଉଛି କିରୋଡି ଲାଲ ମୀନା ୧୦ଦି ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି ।ହେଲେ ଆଜି ସେ ଏକ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ତେବେ ତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଦୁଇ ଦିନ ପୂର୍ବରୁ ରାଜସ୍ଥାନ କୃଷି ମନ୍ତ୍ରୀ ମୀନା ମଧ୍ୟ ଦିଲ୍ଲୀ ଯାଇଥିଲେ। ହେଲେ ରାଜ୍ୟସଭାର ବଜେଟ୍ ଅଧିବେଶନରେ ଯୋଗଦେଇ ନଥିଲେ।
କିରୋଡି ଲାଲ ମୀନା ରାଜ୍ୟସଭାର ସାଂସଦ ଥିଲେ। ଏଥର ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ସାୱାଇ ମାଧୋପୁରରୁ ପ୍ରାର୍ଥୀ କରିଥିଲା ଏବଂ ସେ ସେଠାରେ ବିଜୟଲାଭ କରିଥିଲେ । ସେ ପୂର୍ବରୁ ମଧ୍ୟ ଦୁଇଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ବ୍ୟତୀତ ସେ ପାଞ୍ଚଥର ବିଧାୟକ ମଧ୍ୟ ହୋଇସାରିଛନ୍ତି।