କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍
ସୂର୍ଯ୍ୟକୁମାର ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍
ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ
ବିଶ୍ୱର ପ୍ରଥମ ଦଳ ହେଲା ଭାରତ
ହାରିଲା ଭାରତ, ଶୁଖିଗଲା ଚେହେରା
ଇଣ୍ଡିଆ ଏବଂ ଶ୍ରୀଲଙ୍କା ମ୍ୟାଚ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ପ୍ରଥମ ଥର ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ପଦବୀ ସମ୍ଭାଳୁଛନ୍ତି । ଯଦିଓ ଗମ୍ଭୀରଙ୍କ ଅଧୀନରେ ଭାରତ ଟି-୨୦ ସିରିଜରେ କ୍ଲିନ୍ ସ୍ୱିପ୍ କରିଛି କିନ୍ତୁ ଓଡିଆଇ ସିରିଜରେ ରୋହିତ ଏବଂ ଟିମ୍ ର ସ୍ଥିତି ଆଦୌ ଭଲ ଦେଖାଯାଉନାହିଁ । ରବିବାର ଅନୁଷ୍ଠିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଟିମ୍ ଇଣ୍ଡିଆକୁ ୩୨ ରନରେ ପରାସ୍ତ …
କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍
ଟି-୨୦ ଫର୍ମାଟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେବା ପରେ ଭାରତୀୟ କ୍ରିକେଟରେ ଦଳୀୟ ସନ୍ତୁଳନକୁ ନେଇ ହଲଚଲ ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ ଦାଇତ୍ୱ ହସ୍ତାନ୍ତର କରାଯାଇଛି , କିନ୍ତୁ ସମସ୍ତଙ୍କ ନଜର ଶୁଭମାନ ଗିଲଙ୍କ ଉପରେ ରହିଛି । ଗିଲଙ୍କୁ କେବଳ ଟି -୨୦ ନୁହେଁ ବରଂ ଦିନିକିଆ ସିରିଜର ଉପ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି । ଏହି …
କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍ Read More »
ସୂର୍ଯ୍ୟକୁମାର ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍
ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେବେନି ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ , ରନ୍ ମେସିନ୍ ସୂର୍ଯ୍ୟକୁମାର ଯାଦବ ହେବେ ଟିମ୍ ଇଣ୍ଡିଆ ନୂଆ ଟି-ଟ୍ୱେଣ୍ଟି କ୍ୟାପଟେନ୍ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଭାରତୀୟ ଦଳର ନୂଆ ଅଧିନାୟକ ଓ କୋଚ୍ ଯୋଡିର ଯୁଗ ଆରମ୍ଭ ।ହିଟ୍ ମ୍ୟାନ୍ ଅବସର ନେବା ପରେ ଏବେ ତାଙ୍କ ସ୍ଥାନକୁ ଧସେଇ ପଶିଛନ୍ତି ଫଟାଫଟ୍ କ୍ରିକେଟ୍ ଫର୍ମାଟର ରନ୍ ମେସିନ୍ । ଅଧିନାୟକ ରୋହିତ୍ ଶର୍ମାଙ୍କ ଅବସର ଘୋଷଣାପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ …
ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ବୋର୍ଡ ଆଇସିସି ସହିତ ଏ ସମ୍ପର୍କରେ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରିବ । ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେବେ ଏହାପୂର୍ବରୁ ଏସିଆ …
ବିଶ୍ୱର ପ୍ରଥମ ଦଳ ହେଲା ଭାରତ
ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସଂଗ୍ରହ କରିଥିଲା । …
ଟି-୨୦ ରାଙ୍କର ଶୀର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା
ଟିମ୍ ଇଣ୍ଡିଆ ବାର୍ବାଡୋସରେ ଇତିହାସ ରଚିଛି । ଟି-୨୦ ବିଶ୍ବକପ୍ ବିଜୟୀ ହେବା ପରେ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଓ ଉତ୍ସାହ ଭରିଯାଇଛି ।ଏହାରି ଭିତରେ ଏକ ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ କ୍ରିକେଟର । ନିଜ ଟାଟୁ, ହେୟାର ଷ୍ଟାଇଲ ପାଇଁ …
ଫେରୁଛି ଟିମ୍ ଇଣ୍ଡିଆ
ଭାରତୀୟ ଦଳ ଗତ କିଛି ଦିନ ହେବ ବାରବାଡୋସରେ ଫସିରହିଛି । ଟି -20 ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାତ୍ୟା କାରଣରୁ ବାରବାଡୋସରେ ଏକ ପଞ୍ଚତାରକା ହୋଟେଲରେ ରହିଛି । ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ବାରବାଡୋସରେ ଶନିବାର, ଜୁନ୍ ୨୯ ତାରିଖରେ ଖେଳାଯାଇଥିଲା । ଏହାପରେ, ପରଦିନ ବାତ୍ୟା ଯୋଗୁଁ ବାରବାଡୋସର ବିମାନବନ୍ଦର ବନ୍ଦ କରାଯାଇଥିଲା । ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ତିଆ ଭାରତ ଫେରୁଛି …
ଭାରତ ହାତରେ ଫାଇନାଲ ଟିକେଟ
ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ର ଆଉ ଏକ ରୋମାଞ୍ଚକର ସେମିଫାଇନାଲ ମୁକାବିଲା ଭାରତ ଏବଂ ଇଂଲଣ୍ଡ ଆଜି ପ୍ରୋଭିଡେନ୍ସ ଗୁଇନାରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୮ ଟା ସମୟରେ ଖେଳାଯିବା ନେଇ ସ୍ଥିରହୋଇଥିଲା । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ବିନା ସେମିଫାଇନାଲ ଖେଳି ସିଧାସଳଖ ଫାଇନାଲ ଟିକେଟ ପାଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ଏବଂ ଦିନରେ ସମ୍ଭାବ୍ୟ ବଜ୍ରପାତ ହେତୁ ବ୍ଲକବଷ୍ଟର ମ୍ୟାଚ୍ ଧୋଇଯିବାର ସମ୍ଭାବନା …
ପ୍ରଥମ ଥର ଫାଇନାଲରେ ସାଉଥ୍ ଆଫ୍ରିକା
ସେମିଫାଇନାଲରେ ୯ ୱିକେଟ୍ ରେ ବିଜୟ ସହ ଦକ୍ଷିଣ ଆଫ୍ରିକା ଟି -୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଦଳ ହୋଇପାରିଛି । ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ପ୍ରବେଶ କରିଛି । ପ୍ରଥମଥର ପାଇଁ ଆଫ୍ରିକୀୟ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂକରି ମାତ୍ର ୫୬ ରନ କରିବା ପାଇଁ ସକ୍ଷମ ହୋଇଥିଲା …
ବଡ ପ୍ରତିଶୋଧ ନେଲା ଭାରତ
ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ଯୋଗୁଁ ସୋମବାର ଆଇସିସି ଟି -୨୦ ବିଶ୍ୱକପ୍ର ସୁପର ଅଷ୍ଟମ ପର୍ଯ୍ୟାୟର ଗ୍ରୁପ୍ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୨୪ ରନ୍ରେ ପରାସ୍ତ କରିଛି। ଏହା ସହିତ କ୍ରମାଗତ ତୃତୀୟ ବିଜୟ ହାସଲ କରିବା ସହ ସେମିଫାଇନାଲକୁ ଉନ୍ନିତ ହୋଇଛି ଭାରତ । ତିନୋଟି ସୁପର ୮ ମ୍ୟାଚ୍ ଜିତିବା ପରେ ଭାରତ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା। ଆସନ୍ତା ୨୭ ତାରିଖରେ …
ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ
ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର ୮ ମୁକାବିଲାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ସେମିଫାଇନାଲ କୁ ଯିବା ଗୋଟିଏ ପ୍ରକାର …
ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ମୁକାବିଲା ଦେଖିବାକୁ ମିଳିବ । ଆଣ୍ଟିଗୁଆରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ । ଆସନ୍ତା ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା …
ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍ପ୍ରୀତ୍ ବୁମ୍ରାଙ୍କ ଦମଦାର ପ୍ରଦର୍ଶନ
ଟି୨୦ ବିଶ୍ୱକପ ସୁପର୍-୮ ର ପ୍ରଥମ ମ୍ୟାଚ ଜିତିଲା ଭାରତ । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍ପ୍ରୀତ୍ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍-୮ ମ୍ୟାଚକୁ ୪୭ ରନ୍ରେ ଜିତି ନେଇଛି ଭାରତ । ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍ ସ୍କୋର କରିଥିଲା। ତେବେ ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍ କରିଥିଲା । ଉଭୟ ବ୍ୟାଟ …
ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍ପ୍ରୀତ୍ ବୁମ୍ରାଙ୍କ ଦମଦାର ପ୍ରଦର୍ଶନ Read More »
ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍
ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ । ଦଳ ଗ୍ରୁପ ଷ୍ଟେଜରୁ ବିଦାହେବା ପରେ ଏଭଳି କଠୋର ନିଷ୍ପତି ନେଇଛନ୍ତି କେନ୍ । ଏହାସହ ୨୦୨୪-୨୫ ସିଜିନ୍ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାମ ଫେରାଇନେଇଛନ୍ତି । ଯାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି କିୱି କ୍ରିକେଟ୍ ବୋର୍ଡ ଏବଂ ସାଥୀ ଖେଳାଳୀ । ଦଳର ଜଣେ ଅଭିଜ୍ଞ ଖେଳାଳୀଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ …
ହେଡ କୋଚ ପାଇଁ ଗୌତମ ଗମ୍ଭୀର ଦେବେ ଇଣ୍ଟରଭ୍ୟୁ
ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭୂମିକା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଜି ଇଣ୍ଟରଭିୟୁ ଦେବେ । କୋଚ୍ ପଦ ପାଇଁ ଆବେଦନ କରିଥିବା ଏକମାତ୍ର ପ୍ରାର୍ଥୀ ହେଉଛନ୍ତି ଗମ୍ଭୀର । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି -ଟ୍ବେଣ୍ଟି ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏହି ପଦବୀ ପାଇଁ ମେ ମଧ୍ୟଭାଗରେ ନିମନ୍ତ୍ରଣ …
ଟି-ଟ୍ୱେଣ୍ଟି ୱାର୍ଲଡ କପରୁ ବାଦ୍ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍
ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଟି-୨୦ ବିଶ୍ୱକପରୁ ଅନ୍ୟତମ ଟାଇଟଲ୍ ଫେଭରିଟ୍ କୁହାଯାଉଥିବା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍ ବିଦା ହୋଇଛି। ଟି-ୱ୍ଟେଣ୍ଟି ଫର୍ମାଟରେ ଏଥର ୱାର୍ଲଡ୍ କପର ଡାର୍କ ହର୍ସ ସାଜିଥିବା ଆଫଗାନିସ୍ତାନ୍ ଗ୍ରୁପ ପର୍ଯ୍ୟାୟରେ ପପୁଆ ନ୍ୟୁ ଗିନିକୁ ୭ ୱିକେଟରେ ହରାଇ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆଫଗାନିସ୍ତାନ ଆଗେଇ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଗ୍ରୁପ ପର୍ଯ୍ୟାୟରୁ କ୍ୱିୱି ଟିମ ବାଦ ପଡ଼ିବା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରି …
ଟି-ଟ୍ୱେଣ୍ଟି ୱାର୍ଲଡ କପରୁ ବାଦ୍ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍ Read More »
ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଲଗାତାର ତୃତୀୟ ବିଜୟ ହାସଲ କରିବା ସହିତ ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଆୟୋଜକ ଆମେରିକାକୁ ୭ ୱିକେଟ୍ରେ ହରାଇ ଭାରତ ଚଳିତ ଟି -୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ନିଜର ସ୍ଥାନକୁ ସୁପର-୮ରେ ସୁରକ୍ଷିତ କରି ନେଇଛି । ଗ୍ରୁପ୍-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ଚଳିତ ବିଶ୍ୱକପରେ …
ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ Read More »
ଘରକୁ ନଫେରିବାକୁ ଚେତାବନୀ ଦେଲେ ପ୍ରଶଂସକ
ନିଜର ପାରମ୍ପରିକ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଧାର୍ଯ୍ୟ କରିଥିବା ୧୨୦ ରନ୍ର ଛୋଟ ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନଥିବା ପାକିସ୍ତାନ ଖେଳାଳି ଏବେ ସାମାଜିକ ଗଣମାଧ୍ୟମରେ ଛାଇହୋଇ ରହିଛନ୍ତି। ତେବେ ଏହା କୌଣସି ସକାରାତ୍ମକ କାରଣ ପାଇଁ ନୁହେଁ, ବରଂ ନିଜ ପ୍ରଶଂସକଙ୍କ କଟାକ୍ଷ ପାଇଁ । କାରଣ ପାକିସ୍ତାନୀ ପ୍ରଶଂସକ ନିଜ ଦେଶର ଖେଳାଳିଙ୍କ ଉପରେ ସାମଜିକ ଗଣମାଧ୍ୟମରେ ରାଗ ଶୁଝାଉଛନ୍ତି। ଏମିତିକି ‘ ଆଉ ଘରକୁ ନ ଫେରିବାକୁ ଭଳି ସଂଘାତିକ ଚେତାବନୀ …
ଚମତ୍କାର କଲେ ଭାରତୀୟ ବୋଲର
ମାତ୍ର ୧୨୦ ରନ କରିବା ପାଇଁ ସକ୍ଷମ ହୋଇଥିଲେ ଭାରତୀୟ ବ୍ୟାଟର। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍ ବୁମ୍ରା। ଫଳରେ ଏକଦା ୨ ଉଇକେଟରେ ୭୩ ରନକରି ବିଜୟ ସ୍ଥିତିରେ ଥିବା ପାକିସ୍ତାନକୁ ୨୦ ଓଭରରେ ୧୧୩/୭ରେ ସୀମିତ ରଖି ଟି୨୦ ବିଶ୍ୱକପରେ ଅବିଶ୍ୱସନୀୟ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ନ୍ୟୁୟର୍କର ନାସାଉ କାଉଣ୍ଟି ଗ୍ରାଉଣ୍ଡରେ ଉଡ଼ିଲା …
ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ
ଚଳିତ ଟି-୨୦ ବିଶ୍ୱକପ୍ରେ ପୁଣିଥରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ । ବ୍ଲାକ୍ କ୍ୟାପ୍ସକୁ ୮୪ ରନରେ ହରାଇ ଇତିହାସ ରଚିଛି ଆଫଗାନିସ୍ତାନ । ମାତ୍ର ୭୫ ରନ୍ରେ ଅଲଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୯ ରନ୍ ସ୍କୋର କରିଥିଲା। ଯାହାଫଳରେ ନ୍ୟୁଜିଲାଣ୍ଡ ଆଗରେ …
ରାଜ୍ୟରେ ନୂଆ ଦିଗ ଦେଖାଇବ ବ୍ୟାଡ୍ମିଣ୍ଟନ୍
ଭୁବନେଶ୍ୱର : ହକି, ଫୁଟ୍ବଲ୍ ପରେ ଏବେ ବ୍ୟାଡ୍ମିଣ୍ଟନ୍ ଖେଳରେ ଏକ ନୂଆ ଦିଗନ୍ତ ସୃଷ୍ଟି କରିବାକୁ ଯାଉଛି ଓଡ଼ିଶା । ବ୍ୟାଡ୍ମିଣ୍ଟନ୍ରେ ରୁଚି ରଖୁଥିବା ଯୁବପିଢ଼ିଙ୍କୁ ଏକ ବିସ୍ତୃତ ଭିତ୍ତିଭୂମି ଯୋଗାଇଦେବା ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ତିଆରି ହେଉଛି ସଟଲ୍ ଆକୃତିର ବ୍ୟାଡମିଣ୍ଟନ୍ ଏକାଡେମୀ । ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ସୁବିଧା ଥିବା ଏହି ଏକାଡେମୀ ଦେଶରେ ପ୍ରଥମ ବୋଲି କୁହାଯାଉଛି । ନିର୍ମାଣାଧୀନ ଅବସ୍ଥାରେ ଥିବା ଏହି ଷ୍ଟାଡ଼ିୟମ ଖୁବ୍ଶୀଘ୍ର ଶେଷ ସ୍ପର୍ଶ ପାଇବ …
ଶାମି ପଶ୍ଚିମବଙ୍ଗରୁ ଲଢ଼ି ପାରନ୍ତି ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆଉ କିଛି ଦିନ ବାକି ଅଛି । ଏହାରି ଭିତରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିନାହାନ୍ତି । କିନ୍ତୁ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ବିଜେପି ତାହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ତାହାର ପ୍ରଥମ ତାଲିକା ଘୋଷଣା କରିଛି । ଏହାରି ଭିତରେ ଭାରତୀୟ କ୍ରିକେଟର ତଥା ଦ୍ରୁତ ବୋଲର ମହମ୍ମଦ ଶାମି ରାଜନୀତିରେ ପ୍ରବେଶ …
ଗୋଇଠିରେ ହେଲା ଶାମିଙ୍କ ସଫଳ ଅସ୍ତ୍ରୋପଚାର
ନୂଆଦିଲ୍ଲୀ: ସଫଳ ହେଲା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅସ୍ତ୍ରୋପଚାର । ତାଙ୍କର ଗୋଇଠିରେ ଅସ୍ତ୍ରୋପଚାର କରାଯାଇଛି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ସେୟାର କରି ତାଙ୍କ ଚିକିତ୍ସା ବିଷୟରେ ସୂଚନା ଦେଇଛନ୍ତି । ଶାମି କହିଛନ୍ତି, ମୋ ଗୋଇଠିରେ ହୋଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ମୁଁ ସୁସ୍ଥ ଅଛି । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ । କିନ୍ତୁ କ୍ରିକେଟ ପଡ଼ିଆକୁ ଖୁବ୍ଶୀଘ୍ର ଫେରିବେ ବୋଲି ବିଶ୍ୱାସ …
ଝିଅକୁ ନେଇ ଲଞ୍ଚରେ ଗଲେ ବିରାଟ, ବାପା-ଝିଅଙ୍କ ଫଟୋ ଭାଇରାଲ
ଲଣ୍ଡନ: ଝିଅକୁ ନେଇ ଲଞ୍ଚ ଡ଼େଟ୍ରେ ଗଲେ କ୍ରିକେଟର ବିରାଟ କୋହଲି । ଲଣ୍ଡନରେ ବିରାଟ ଝିଅକୁ ନେଇ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ନଜର ଆସିଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ପ୍ରଶଂସକମାନେ ବେଶ୍ ପସନ୍ଦ ବି କରିଛନ୍ତି । ବିରାଟ ଝିଅ ଭାମିକାଙ୍କର ନେଉଛନ୍ତି ସମ୍ପୂର୍ଣ୍ଣ ଯତ୍ନ ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଲଣ୍ଡନରେ …
ଝିଅକୁ ନେଇ ଲଞ୍ଚରେ ଗଲେ ବିରାଟ, ବାପା-ଝିଅଙ୍କ ଫଟୋ ଭାଇରାଲ Read More »
କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ରାସ୍ତା ମଝିରେ ଗାଡ଼ି ଅଟକାଇ କ୍ରିକେଟ ଖେଳିଲେ ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟର ସଚିନ ତେନ୍ଦୁଲକର । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସାରା ବିଶ୍ୱରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି । ସେଥିପାଇଁ ସଚିନ ଯୁଆଡ଼େ ଯାଆନ୍ତି ପ୍ରଶଂସକ ତାଙ୍କୁ ଘେରି ଯାଆନ୍ତି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଶ୍ମୀରରେ । Cricket & Kashmir: …
ରୋନାଲଡୋଙ୍କ ଘଣ୍ଟାର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ: ଦୁନିଆର ଶ୍ରେଷ୍ଠ ଫୁଟବଲର ତାଲିକାରେ ଅଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ । ମ୍ୟାଚରେ ତାଙ୍କର ଚିତାକର୍ଷକ ପ୍ରଦର୍ଶନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ରୋନାଲଡ଼ୋ । ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାରେ ଏହି ପର୍ତ୍ତୁଗୀଜ ଖେଳାଳି ଶ୍ରେଷ୍ଠ ତିନି ଖେଳାଳିଙ୍କ ମଧ୍ୟରେ ଅଛନ୍ତି । ହେଲେ ରୋନାଲଡ଼ୋଙ୍କ ପସନ୍ଦ ଦାମୀ କାର ସହିତ ଦାମୀ ଘଣ୍ଟା । ତାଙ୍କ ପାଖରେ ରହିଛି ଭିନ୍ନ ଭିନ୍ନ ବିଳାସପୂର୍ଣ୍ଣ କାର । ଆଉ ତାଙ୍କର ଗୋଟେ ହାତ …
ବିବାହର ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ଇରଫାନ
ନୂଆଦିଲ୍ଲୀ: ବର୍ଷେ କି ଦୁଇ ବର୍ଷ ନୁହେଁ, ବିବାହର ଦୀର୍ଘ ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ଉଭୟଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଇରଫାନ ଅଧିକାଂଶ ସମୟ ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛିଦିନ ତଳେ ଘରୋଇ କ୍ରିକେଟରେ କମାଲ ରନ୍ କରିଥିବା …
ମ୍ୟାଚ ଚାଲିଥିବା ବେଳେ ପଡ଼ିଆରେ ପଶିଲା ଗୋଧି
କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ପଶିଗଲା ଗୋଧି । କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ । ଗୋଧିକୁ ପଡ଼ିଆରେ ଦେଖି ଦର୍ଶକ ଓ ଖେଳାଳି ଆତଙ୍କିତ ହୋଇପଡ଼ିଥିଲେ । ଏଭଳି ଏକ ଅଜବ ଘଟଣା ଘଟିଛି କଲମ୍ବୋରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କିଛି ସମୟ ଧରି ବନ୍ଦ ହୋଇଗଲା ମ୍ୟାଚ Earlier snakes and now a monitor lizard. …
ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ
ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ । ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ ବିବାହ କରିଛନ୍ତି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ଧୁମ୍ଧାମ୍ରେ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ତେବେ …
ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ Read More »
୨୧୦ କୋଟି ଟଙ୍କାର ମାଲିକାଣୀ ସାନିଆ ମିର୍ଜା
ନୂଆଦିଲ୍ଲୀ : ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କ ଖେଳ ପାଇଁ ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ଫ୍ୟାଶନ୍ ଅନ୍ଦାଜ ପାଇଁ ପ୍ରସିଦ୍ଧ । ଅନେକ ଖେଳପ୍ରେମୀ ତାଙ୍କ ଖେଳ ଓ ଷ୍ଟାଇଲକୁ ଖୁବ୍ ପସନ୍ଦ କରନ୍ତି । ଭାରତୀୟ ମହିଳା ଟେନିସ ତାରକା ଭାବେ ସେ ସବୁଠାରୁ ସଫଳ ଅଟନ୍ତି । ସେ ଉଭୟ ଏକକ ଓ ଜୁଗ୍ମ ବର୍ଗରେ ଟେନିସ ଖେଳନ୍ତି । ୨୦୨୩ ଜାନୁୟାରୀରେ ଅଷ୍ଟ୍ରେଲୀୟ ଓପନରେ ଅଂଶଗ୍ରହଣ କରିବା ପରେ …
ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ୱାମୀ
ନୂଆଦିଲ୍ଲୀ: ପତ୍ନୀ ଥାଉ ଥାଉ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ସୋଏବ ମଲ୍ଲିକ । ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ଏକ ସ୍ୱତନ୍ତ୍ର ସମାରୋହରେ ଦୁହେଁ ବିବାହ କରିଛନ୍ତି । ସୋଏବ ନିଜେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ବାହାଘରର ଫଟୋ ସେୟାର କରିଛନ୍ତି । ଏବେ ସୋଏବଙ୍କ ବିବାହ ସମୟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ …
ସୋସିଆଲ ମିଡିଆରେ ପୋଷ୍ଟ ପାଇଁ କୋଟିଏରୁ ଅଧିକ ଟଙ୍କା ନିଅନ୍ତି ଧୋନି
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରୁ ରୋଜଗାର କରିବା ସାଧାରଣ କଥା ହୋଇଗଲାଣି । ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଭଲ ଚାକିରି,ବ୍ୟବସାୟକୁ ଛାଡ଼ି ସୋସିଆଲ ମିଡ଼ିଆରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆଉ ଅଭିନେତା, ଅଭିନେତ୍ରୀ ହୁଅନ୍ତୁ ବା ଖେଳାଳି ସେମାନଙ୍କ କଥା ନ କହିବା ଭଲ । କାରଣ ସେମାନେ ସୋସିଆଲ ମିଡ଼ିଆରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ହେଲେ ସେଥିମଧ୍ୟରୁ ବାଦ୍ ପଡ଼ିନାହାନ୍ତି ଭାରତୀୟ କ୍ରିକେଟ …
ସୋସିଆଲ ମିଡିଆରେ ପୋଷ୍ଟ ପାଇଁ କୋଟିଏରୁ ଅଧିକ ଟଙ୍କା ନିଅନ୍ତି ଧୋନି Read More »
ଦୀର୍ଘ ଦିନର ବ୍ୟବଧାନ ପରେ କୋହଲି ଖେଳିବେ ଟି -୨୦
ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଟି -୨୦ ଖେଳିବେ ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଏହି ମ୍ୟାଚ ଖେଳିବା ପାଇଁ ସେ ଇନ୍ଦୋରରେ ପହଞ୍ଚିଛନ୍ତି । ଇନ୍ଦୋରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଥିଲା । ବ୍ୟକ୍ତିଗତ କାରଣରୁ କୋହଲି ମୋହାଲିରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ …
ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର ଜେନା । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଆଥ୍ଲେଟଙ୍କୁ ବିଦେଶରେ ଅଭ୍ୟାସ କରିବାକୁ ଅନୁମତି ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ । ଗୁରୁବାର ଓଡ଼ିଆ ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଅଷ୍ଟ୍ରେଲିଆରେ ପ୍ରସ୍ତୁତି ପାଇଁ ଅନୁମତି ମିଳିଛି । ସେହିପରି ଟୋକିଓ ଅଲିମ୍ପିକ୍ସ ପଦକ ବିଜୟିନୀ ମୀରାବାଈ ଚାନୁଙ୍କୁ ଆମେରିକାରେ ରହି ଅଭ୍ୟାସ କରିବା ପାଇଁ ଅନୁମତି ମିଳିଛି । ଦୀର୍ଘ ୭୮ ଦିନ …
୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ବିରାଟ
ନୂଆଦିଲ୍ଲୀ : ସବୁଠୁ ବେଶୀ ଲୋକପ୍ରିୟ ଖେଳାଳି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି । ୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ରହିଛି ତାଙ୍କ ନାଁ । ୨୦୨୩ ବର୍ଷର ବିଶ୍ୱର ଶ୍ରେଷ୍ଠ ୫ ଜଣ ଖେଳାଳି ତାଲିକାରେ କୋହଲି ସାମିଲ ହୋଇଛନ୍ତି । ଚଳିତ ବର୍ଷ ତାଙ୍କ ପାଇଁ ବହୁତ ଭଲ ରହିଛି । ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ …
୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ବିରାଟ Read More »
ପୁଣି ଥରେ ଲମ୍ବା ଚୁଟି ରଖିବାର କାରଣ କହିଲେ ଏମ୍.ଏସ୍ ଧୋନୀ
ନୂଆଦିଲ୍ଲୀ: ପୁଣି ଲମ୍ବା ଚୁଟି ରଖିଲେ ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନୀ । ଏବେ ସେ ପୁଣି ଥରେ ଲମ୍ବା ଚୁଟି ରଖି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଲମ୍ବା ଚୁଟି କାହିଁକି ରଖିଲେ ସେ ବିଷୟରେ କହିଛନ୍ତି । ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଇପିଏଲ ୨୦୨୪ରେ ଲମ୍ବା ଚୁଟିରେ ନଜର ଆସିବେ ଧୋନୀ MS Dhoni said, "maintaining this hairstyle …
ପୁଣି ଥରେ ଲମ୍ବା ଚୁଟି ରଖିବାର କାରଣ କହିଲେ ଏମ୍.ଏସ୍ ଧୋନୀ Read More »
ଅର୍ଜୁନ ପୁରସ୍କାର ଦୌଡ଼ରେ ମହମ୍ମଦ ସାମି
ନୂଆଦିଲ୍ଲୀ: ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ର ସର୍ବାଧିକ ୱିକେଟ୍ ହାସଲକାରୀ ମହମ୍ମଦ ସାମି । ତାଙ୍କ ବ୍ୟତୀତ ବ୍ୟାଡ୍ମିଣ୍ଟନ୍ର ସଫଳ ପୁରୁଷ ଯୁଗଳ ଯୋଡ଼ି ତଥା ଏସୀୟ କ୍ରୀଡ଼ା ବିଜେତା ସାତ୍ତ୍ୱିକସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସାମିଙ୍କୁ ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ …
ଗୋଟିଏ ଦିନରେ ଜନ୍ମ ହୋଇଥିଲେ ୫ କ୍ରିକେଟର
ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ୱତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଖେଳାଳୀଙ୍କ ଜନ୍ମଦିନ । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍ ବୁମରା , ଶ୍ରେୟସ୍ ଆୟାର୍ , ରବିନ୍ଦ୍ର ଜାଡେଜା , କରୁଣ ନାୟର ଏବଂ ଆରପି ସିଂ । ମାଆଙ୍କୁ ହରାଇବା …
ଆହତ କ୍ରିକେଟରଙ୍କୁ ପିଠିରେ ଉଠାଇ ନେଲେ ସାଥି ଖେଳାଳି
ଇସଲାମାବାଦ: ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ସମସ୍ତଙ୍କର ଗୋଟିଏ କଥା ସାଥୀ ହେବ ତ ଏମିତି । ନିକଟରେ ପାକିସ୍ତାନର ଜଣେ କ୍ର୍ରିକେଟର ମ୍ୟାଚ ସମୟରେ ଆହତ ହେବାରୁ ତାଙ୍କର ଜଣେ ସାଥୀ ଖେଳାଳି ତାଙ୍କୁ ପିଠିରେ ଉଠାଇ ହସ୍ପିଟାଲ ନେଉଥିବା ଦେଖିବାକୁ ମିଳିଛି । ଖେଳାଳିଙ୍କ ଏପରି ଉଦ୍ୟମକୁ ଚାରିଆଡ଼େ ପ୍ରଶଂସା କରାଯାଇଛି । ମ୍ୟାଚ ସମୟରେ ଆହତ ହେଲେ ବୋଲର ଶାଦାବ ଖାନ୍ …
ବିଶ୍ୱକପ ଟ୍ରଫିର ‘ଅସମ୍ମାନ’ ଦୋହରାଇବାକୁ ମିଚେଲ୍ ପ୍ରସ୍ତୁତ
ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ବିଶ୍ୱକପ୍ ପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ସଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ନଜର ଆସିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ମିଚେଲଙ୍କୁ ଖୁବ୍ ସମାଲୋଚନା ସାମ୍ନା କରିବାକୁ ପଡିଥିଲା । ଏହି ଫଟୋକୁ ନେଇ ଅନେକ ଭାରତୀୟ କ୍ରିକେଟ ପ୍ରେମୀ ମାର୍ସଙ୍କୁ କଟୁ ସମାଲୋଚନା ମଧ୍ୟ କରିଥିଲେ …
ବିଶ୍ୱକପ ଟ୍ରଫିର ‘ଅସମ୍ମାନ’ ଦୋହରାଇବାକୁ ମିଚେଲ୍ ପ୍ରସ୍ତୁତ Read More »
ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ଷ୍ଟାଡିୟମରେ ନାହିଁ ବିଜୁଳି
ରାୟପୁର : ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ ମ୍ୟାଚ୍ । ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ ପୁରା ପ୍ରସ୍ତୁତ । ହେଲେ, ଯେଉଁ ଷ୍ଟାଡ଼ିୟମରେ ଆଜି ଖେଳାଯିବ ମ୍ୟାଚ ସେଠାରେ ବିଦ୍ୟୁତ୍ ସଂଯୋଗ ନାହିଁ । ଜେନେରେଟର ସାହାଯ୍ୟରେ ଖେଳାଯିବ ପୂରା ମ୍ୟାଚ୍ । ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ରହିଛି ଏହି ସମସ୍ୟା । ୨୦୦୯ ମସିହାରୁ ବକେୟା ଥିବା ବିଦ୍ୟୁତ୍ …
ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ଷ୍ଟାଡିୟମରେ ନାହିଁ ବିଜୁଳି Read More »
ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବେନି ବିରାଟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ ଭାରତ । ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ୩ଟି ଟେଷ୍ଟ ଏବଂ ଦିନିକିଆ ଖେଳିବା ସହ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଛି । ବିଶ୍ୱକପ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିବେ ବୋଲି କୁହାଯାଉଥିଲା । କିନ୍ତୁ କୋହଲି ବିସିସିଆଇକୁ ଏକ ସୂଚନା ଦେଇଛନ୍ତି କି, ସେ ଦିନିକିଆ ଏବଂ …
ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବେନି ବିରାଟ Read More »
ଟି-ଟେଣ୍ଟିି ସିରିଜ୍ର ତୃତୀୟ ମ୍ୟାଚ୍ ରେ ବାଜି ମାରିଲା ଅଷ୍ଟ୍ରେଲିଆ
ଗୌହାଟୀ ରେ ଖେଳାଯାଇଥିବା ଟି-ଟେଣ୍ଟି ସିରିଜ୍ ର ତୃତୀୟ ମ୍ୟାଚ୍ କୁ ଭାରତ ହାତରୁ ଛଡାଇ ନେଇଛି କଙ୍ଗାରୁ ଟିମ୍ । ମ୍ୟାଚ୍ ରୋମାଞ୍ଚକର ରହିଥିବା ବେଳେ ଶେଷ ବଲ୍ ରେ ଚୌକା ମାରି ନିଜ ଟିମ୍ କୁ ବିଜୟ କରାଇଥିଲେ ମାକ୍ସୱେଲ୍ । ଏଥିସହ ସିରିଜ୍ ରେ ୨-୧ ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅପରାଜିତ ଶତକ ଆଧାରରେ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜର …
ଟି-ଟେଣ୍ଟିି ସିରିଜ୍ର ତୃତୀୟ ମ୍ୟାଚ୍ ରେ ବାଜି ମାରିଲା ଅଷ୍ଟ୍ରେଲିଆ Read More »
ଶାହାଙ୍କୁ ଭେଟିଲେ ସାମି, ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା
ମୁମ୍ବାଇ : କ୍ରିକେଟ ଛାଡ଼ି ରାଜନୀତିରେ ଯୋଗ ଦେବେ ବୋଲର ମହମ୍ମଦ ସାମି । ନିକଟରେ ସେ ଦିଲ୍ଲୀର ଏକ ଉତ୍ସବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଭାଜପାର ବରିଷ୍ଠ ନେତାଙ୍କ ସହ କିଛି ଫଟୋକୁ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ସାମି , ଯାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭାଜପା ନେତାଙ୍କ ସହ ସାମିଙ୍କ ଫଟୋ ସାମ୍ନାକୁ ଆସିବା ପରେ …
ଶାହାଙ୍କୁ ଭେଟିଲେ ସାମି, ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା Read More »
ଟି-୨୦ ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ରେ ବି ଜିତିଲା ଭାରତ
୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ବି ନିଜ ଖାତା ରେ ଯୋଡ଼ିଛି ଭାରତ । ପୁଣି ଦ୍ୱିତୀୟ ସିରିଜରେ ପରାସ୍ତ ହେଲା କଙ୍ଗାରୁ ଟିମ୍ । ଆଉ ୪୪ ରନରେ ବିଜୟ ହାସଲ କରିଛି ଭାରତୀୟ ଦଳ । ଲଗାତର କଙ୍ଗାରୁ ଦଳକୁ ହରାଇ ପ୍ରଥମ ଓ ଦ୍ୱିତୀୟ ସିରିଜ ହାତେଇ ନେଇଛି ଭାରତ । ଆଜି ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଆମନ୍ତ୍ରଣ …
ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ ସାମି
ଉତ୍ତରାଖଣ୍ଡ : ମାନବିକତା ଦେଖାଇଲେ କ୍ରିକେଟର ମହମ୍ମଦ ସାମି । ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ଜୀବନ ବଞ୍ଚାଇଲେ । ଏନେଇ ନିଜ ଇନଷ୍ଟାରେ ପୋଷ୍ଟ କଲେ ଖୁସିର ମୁହୂର୍ତ୍ତ । ଦୁର୍ଘଟଣାଗ୍ରସ୍ତ କାରରେ ଫସି ରହିଥିବା ଡ୍ରାଇଭରଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସାମି । ସାମିଙ୍କ ଏପରି କାର୍ଯ୍ୟକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ରବିବାର ସକାଳୁ ଉତ୍ତରାଖଣ୍ଡ ନୈନିତାଲର ପାହାଡି ରାସ୍ତାରେ ଏକ କାର …
ସାତଜନ୍ମର ସାଥୀ ହେଲେ ନବଦୀପ-ସ୍ୱାତୀ
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧିହେଲେ ଭାରତ କ୍ରିକେଟ ଦଳର ଦ୍ରୁତ ବୋଲର ନବଦୀପ ସୈନି । ସେ ତାଙ୍କ ପ୍ରେମିକା ସ୍ୱାତୀ ଅସ୍ଥାନାଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଦୁହିଁଙ୍କର କିଛି ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଉପସ୍ଥିତ ରହିଥିଲେ । ନବଦୀପ ଓ ସ୍ୱାତୀଙ୍କ ବିବାହ ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଖବର ଜାଣିବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା …
ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଜିତିଲା ଭାରତ
ବିଶାଖାପାଟଣା: ବିଶାଖାପାଟଣା ଠାରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ କୁ ନିଜ ଖାତାରେ କରିଛି ଭାରତ । ଟିମ୍ ଇଣ୍ଡିଆର ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ଶେଷ ବଲ ରେ ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଛଡାଇ ନେଇଛି ଟିମ୍ ଇଣ୍ଡିଆ । ବିଶାଖାପାଟଣାରେ ଦେଖିବାକୁ ମିଳିଥିଲା ସୂର୍ଯ୍ୟ ଝଡ । ଟ୍ୱେଣ୍ଟିି ଟ୍ୱେଣ୍ଟି ଫର୍ମାଟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଭୟଙ୍କର ବ୍ୟାଟିଂ ଅଷ୍ଟ୍ରେଲିଆ ବୋଲରଙ୍କୁ ଘାଇଲା କରିଛି …
ମେସିଙ୍କ ବିଶ୍ୱକପ୍ ବିଜୟୀ ଜର୍ସି ନିଲାମ ହେବ
ନିଲାମ ହେବାକୁ ଯାଉଛି ଗତବର୍ଷ ଫିଫା ବିଶ୍ୱକପ୍ ବିଜେତା ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍ ମେସିଙ୍କ ଜର୍ସି । ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ନେଇ ସେ ଆଶା କରିଛନ୍ତି । ନିଲାମରୁ ମିଳିବା ଅର୍ଥକୁ ସେ ୟୁନିକାସ୍ ପ୍ରକଳ୍ପକୁ ପ୍ରଦାନ କରିବେ । ଖାସ୍କରି ସାଣ୍ଟ୍ ଜୋଆନ୍ ଡି ଡିୟୁ ବାର୍ସିଲୋନା ଚିଲଡ୍ରେନ୍ସ ହସପିଟାଲ୍ରେ ବିରଳ ରୋଗରେ ପୀଡ଼ିତ ପିଲାଙ୍କ ଚିକିତ୍ସା ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବ । …
ତାଜମହଲ ବୁଲିଲେ ହାସନ-ସାମିୟା
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ଚଳିତ ଦିନିକିଆ ବିଶ୍ୱକପ୍ ସେତେଟା ଭଲ ହୋଇ ନଥିଲା । କିନ୍ତୁ ପାକିସ୍ତାନୀ ଖେଳାଳିମାନେ ୭ ବର୍ଷ ପରେ ଭାରତ ଆସିଥିବାରୁ ଭାରତୀୟ ପରିବେଶକୁ ମନଭରି ଉପଭୋଗ କରିଥିଲେ । ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଖାଇବା ସହିତ ସପିଂ କରି ଖେଳାଳିମାନେ ଭାରତୀୟ ସ୍ମୃତି ସାଙ୍ଗରେ ନେଇଯାଇଛନ୍ତି । ତେବେ ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ହାସନ ଅଲ୍ଲୀ ପାକିସ୍ତାନ ଫେରିଲେନି । ସେ ତାଙ୍କ ଭାରତ ଗସ୍ତକୁ …
ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଘୋର ଅସମ୍ମାନ
ଅହମ୍ମଦାବାଦ: ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଏକ ସହଜ ବିଜୟ ପଞ୍ଜୀକରଣ କରିଛି । ଭାରତ ଅଷ୍ଟ୍ରେଲିଆର ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ଶୀଘ୍ର ଆଉଟ୍ ହୋଇଥିଲେ । କିନ୍ତୁ ପରେ, ଟ୍ରାଭିସ୍ ହେଡ୍ ଏବଂ ମାର୍ନସ୍ ଲାବୁସାନେଙ୍କ ଚମତ୍କାର ବ୍ୟାଟିଂ ଆଧାରରେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା । ଏହି ସମୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ …
ବିଶ୍ୱକପ୍ ଟ୍ରଫିକୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଘୋର ଅସମ୍ମାନ Read More »
ଫାଇନାଲ୍ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ
ଅହମ୍ମଦାବାଦ୍: ଚଳିତ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଟାଇଟଲ୍ ହାତେଇଛି ଅଷ୍ଟ୍ରେଲିଆ । ଆଉ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବିଶ୍ୱକପ୍ ହାରିଛି ଭାରତ । ଟିମ ଇଣ୍ଡିଆକୁ ୬ ୱିକେଟରେ ହରାଇ ବିଶ୍ୱ ବିଜେତା ବନିଲା କଙ୍ଗାରୁ ଟିମ୍ । ପୁଣି ଥରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ଭାଙ୍ଗିଲା ସ୍ୱପ୍ନ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । …
ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ
ଅହମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଏହାରି ଭିତରେ ନଜର ଆସିଛି ଏକ ଅଭାବନୀୟ ଦୃଶ୍ୟ । ବିଶ୍ୱକପ ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଛନ୍ତି ଜଣେ ଦର୍ଶକ । ଏଥିପାଇଁ ଫାଇନାଲ୍ ମ୍ୟାଚ୍ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା । ପ୍ରଶଂସକ ଜଣକ ଏକ ଟି-ସାର୍ଟ ପିନ୍ଧିଥିଲେ ଯେଉଁଥିରେ “ପାଲେଷ୍ଟାଇନ ଉପରେ ବୋମା ବିସ୍ଫୋରଣ ବନ୍ଦ କର” …
ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ Read More »
ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ
ଅହମ୍ମଦାବାଦ: ଆଉ ମାତ୍ର କିଛି ସମୟର ଅପେକ୍ଷା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଦୀର୍ଘ ୨୦ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଆଇସିସିର ସବୁଠାରୁ ବଡ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୧୦୦କୋଟି ଭାରତୀୟଙ୍କ ନଜର ରୋହିତ ବାହିନୀଙ୍କ ଉପରେ ରହିଛି । ମ୍ୟାଚକୁ ନେଇ ଗୁଜରାଟ ପୋଲିସ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ୬ହଜାର ଯବାନ ଷ୍ଟାଡିୟମକୁ ସୁରକ୍ଷା ଯୋଗାଇବା ପାଇଁ …
ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ Read More »
ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି : ଆଷ୍ଟ୍ରୋଟକ୍ ସିଇଓ
ନୂଆଦିଲ୍ଲୀ: ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି । ‘ଆଷ୍ଟ୍ରୋଟକ୍’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ‘ଆଷ୍ଟ୍ରୋଟକ୍’ ସିଇଓ ପୁନୀତ ଗୁପ୍ତା କହିଛନ୍ତି । ପୁନୀତ୍ କହିଛନ୍ତି ଯେ, ଏଥପାଇଁ ମୁଁ ମୋ ‘ଫାଇନାନ୍ସ୍ ଟିମ୍’ ସହିତ କଥାବାର୍ତ୍ତା କରିଛି । ଆଜି ବିଶ୍ୱର ସର୍ବବୃହତ୍ ଅହମଦାବାଦର ନରେନ୍ଦ୍ର ମୋଦୀ ୍ ଷ୍ଟାଡିୟମରେ ବିଶ୍ୱକପ୍ ଫାଇନାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଯଦି ଏହି ମ୍ୟାଚରେ …
ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି : ଆଷ୍ଟ୍ରୋଟକ୍ ସିଇଓ Read More »
ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାସମର : ଦେଖିବାକୁ ମିଳିବ କଡ଼ା ଟକ୍କର
ଅହମ୍ମଦାବାଦ: ଆଜି ବିଶ୍ୱକପ୍ ଫାଇନାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏଥିଲାଗି ବିଶ୍ୱର ସର୍ବବୃହତ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପୁରା ପ୍ରସ୍ତୁତ । ଅପରାହ୍ନ ୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ । ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତ ସବୁଠୁ ଅଧିକ ପସନ୍ଦର ଦଳ ହୋଇଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚ୍ରେ ପରାସ୍ତ ହେବା ପରେ ଆଉ ପଛକୁ ଚାହି ନାହିଁ । କିନ୍ତୁ ଭାରତ ଏବେ ଯେଉଁ …
ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାସମର : ଦେଖିବାକୁ ମିଳିବ କଡ଼ା ଟକ୍କର Read More »
ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଷ୍ଟାଡ଼ିୟମରେ ବସି ଖେଳ ଦେଖିବେ ୧.୩୦ ଲକ୍ଷ ଲୋକ
ଅହମ୍ମଦାବାଦ: ସଜ୍ଜେଇ ହୋଇଛି ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡ଼ିୟମ । ରବିବାର ଏହି ଷ୍ଟାଡ଼ିିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦୀର୍ଘ ୨୦ ବର୍ଷ ପରେ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲରେ ପରସ୍ପରକୁ ଭେଟିବେ । ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରବିବାର ଫାଇନାଲ ମ୍ୟାଚରେ ଭାରତୀୟ ବିମାନ ବାହିନୀ ଦ୍ୱାରା ଗ୍ରାଣ୍ଡ ଏୟାର ଶୋ’ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଟସ୍ ପଡ଼ିବା ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ …
ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଷ୍ଟାଡ଼ିୟମରେ ବସି ଖେଳ ଦେଖିବେ ୧.୩୦ ଲକ୍ଷ ଲୋକ Read More »
ଷ୍ଟାଡ଼ିୟମରେ ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍’ , ଭିଡିଓ ଭାଇରାଲ
ମୁମ୍ବାଇ : ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ଦେଖିବାକୁ ମିଳିଛି ବିରୁଷ୍କାଙ୍କ “ଫ୍ଲାଇଂ କିସ୍” ଆଦାନପ୍ରଦାନ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ସାଧାରଣତଃ ବିରୁଷ୍କାଙ୍କ ଯୋଡ଼ିକୁ ଲୋକେ ମଧ୍ୟ ପସନ୍ଦ କରିଥାନ୍ତି । କ୍ୟାମେରାରେ କଏଦ ହୋଇଥିଲା ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍’ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ …
ଷ୍ଟାଡ଼ିୟମରେ ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍’ , ଭିଡିଓ ଭାଇରାଲ Read More »
ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଲା ରୋହିତ୍ ବାହିନୀ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ରେ ବାଜି ମାରିଛି ଭାରତ । ଏଥିସହ ନ୍ୟୁଜିଲାଣ୍ଡଠୁ ୨୦୧୯ ସେମିର ବଦଲା ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ଲମ୍ବା ସଂଘର୍ଷ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଫାଇନାଲ ପାଇଁ ଟିକେଟ ହାସଲ କରିଛି । ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ପହଂଚିବା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟିଛି । ସାରା ଦେଶରେ ଖୁସିର …
ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଲା ରୋହିତ୍ ବାହିନୀ Read More »
ଅପରାଜିତ ୨୦୧ ରନ୍ କରି କଙ୍ଗାରୁ ଟିମ୍ କୁ ଜିତାଇଲେ ଏହି ଷ୍ଟାର୍ ପ୍ଲେୟାର
ୱିକେଟ୍ ପରେ ୱିକେଟ୍ । ଆଫଗାନିସ୍ତାନର ଶକ୍ତିଶାଳୀ ବୋଲିଂ ଆଟାକ୍ ଆଗରେ ତିଷ୍ଠି ପାରି ନ ଥିଲେ ଅଷ୍ଟ୍ରେଲିଆ ବ୍ୟାଟର୍ । ପରାଜୟର ଦ୍ୱାର ଦେଶରେ ଥିଲା କଙ୍ଗାରୁ ଟିମ୍ । ସେମି ଫାଇନାଲ ରେସ୍ର ସମୀକରଣ ବି ବଦଳିଯିବା ଭଳି ଲାଗୁଥିଲା । ମାତ୍ର ୯୧ ରନ୍ରେ ୭ଟି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ । କିନ୍ତୁ କ୍ରିଜ୍କୁ ଆସିଥିଲେ ଗ୍ଲେନ୍ ମାକ୍ସୱେଲ । ଆଉ ସବୁ କିଛି ଓଲଟପାଲଟ୍ ହୋଇଯାଇଥିଲା । କ୍ରିକେଟ୍ ଇତିହାସରେ ଏଭଳି …
ଅପରାଜିତ ୨୦୧ ରନ୍ କରି କଙ୍ଗାରୁ ଟିମ୍ କୁ ଜିତାଇଲେ ଏହି ଷ୍ଟାର୍ ପ୍ଲେୟାର Read More »
ଜନ୍ମଦିନରେ କିଙ୍ଗ୍ କୋହଲିଙ୍କ ‘ବିରାଟ୍ କୀର୍ତ୍ତିମାନ’
ନିଜ ୩୫ତମ ଜନ୍ମଦିନରେ କିଙ୍ଗ କୋହଲି ରଚିଛନ୍ତି ବିରାଟ କୀର୍ତ୍ତିମାନ । ଦିନିକିଆ କ୍ରିକେଟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ଭାରତୀୟ ରନ ମେସିନ କୋହଲି । ଏହା ହେଉଛି କୋହଲିଙ୍କ ଦିନିକିଆ କ୍ୟାରିୟରର ୪୯ତମ ଶତକ । ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରୁ ୪୯ ଶତକ ହାସଲ କରିଥିଲେ । ତେବେ ବିରାଟ ମାତ୍ର ୨୭୭ଟି ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ଦିନିକିଆରେ ସର୍ବାଧିକ …
ସୁପର୍ ସଣ୍ଡେରେ ବିଶ୍ୱକପର ଦୁଇ ଶକ୍ତିଶାଳୀ ଦଳଙ୍କ ଟକ୍କର
ଅପ୍ରତ୍ୟାଶିତ ଭାବେ ନେଦରଲ୍ୟାଣ୍ଡ୍ସ ଠାରୁ ହାରିଯାଇଥିଲେ ହେଁ ଏଥର ବିଶ୍ୱକପରେ ବିସ୍ଫୋରକ ବ୍ୟାଟିଂ ଓ ମାପଚୁପ ବୋଲିଂ କରି ଟାଇଟଲ୍ ପାଇଁ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛି ଦକ୍ଷିଣ ଆଫ୍ରିକା । ପାକିସ୍ତାନ ବିପକ୍ଷ ଶେଷ ୱିକେଟ୍ ବିଜୟକୁ ଛାଡ଼ିଦେଲେ ବଳକା ପାଞ୍ଚମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ବିଧ୍ୱଂସୀ ବ୍ୟାଟିଂ କରି ପ୍ରତିପକ୍ଷ ବିପକ୍ଷରେ ରନର ପାହାଡ଼ ଛିଡ଼ା କରିଛନ୍ତି । ବିଶ୍ୱକପ ପୂର୍ବରୁ ଆଦୌ ନଜରରେ ନ ଥିବା ଦଳର ବ୍ୟାଟିଂ ଶକ୍ତି ଉପମହାଦଶୀୟ …
ସୁପର୍ ସଣ୍ଡେରେ ବିଶ୍ୱକପର ଦୁଇ ଶକ୍ତିଶାଳୀ ଦଳଙ୍କ ଟକ୍କର Read More »
ଶ୍ରୀଲଙ୍କା ୩୦୨ ରନ୍ରେ ପରାସ୍ତ; ସେମିଫାଇନାଲ୍ରେ ଭାରତ
ମୁମ୍ବାଇ: ଗୁୁରୁବାର ଦିନିକିଆ ବିଶ୍ୱକପ୍-୨୦୨୩ରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି । ବ୍ୟାଟିଂରେ ବିରାଟ କୋହଲି, ଶୁବମନ୍ ଗିଲ ଓ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରିଥିବା ବେଳେ ବୋଲିଂରେ ମହମ୍ମଦ ସାମି ୫ଟି ୱିକେଟ୍ ନେଇ ବଡ଼ ପ୍ରଦର୍ଶନ କରିଛନ୍ତି । ସେହିପରି ମହମ୍ମଦ ସିରାଜ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ …
ଶ୍ରୀଲଙ୍କା ୩୦୨ ରନ୍ରେ ପରାସ୍ତ; ସେମିଫାଇନାଲ୍ରେ ଭାରତ Read More »
ବିଶ୍ୱକପରେ ଭାରତର କ୍ରମାଗତ ଷଷ୍ଠ ବିଜୟ, ୧୦୦ ରନରେ ହାରିଲା ଇଂଲଣ୍ଡ
ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ୱକପର ଏକ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ୱକପରେ ନିଜର ଜୟଯାତ୍ରା ଜାରି ରଖିଛି । ସେହିପରି ଇଂଲଣ୍ଡ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି । ଭାରତ ୬ଟି ମ୍ୟାଚରେ ବିଜୟ ସହ ୧୨ ପଏଣ୍ଟ ପାଇଁ ପଏଣ୍ଟଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ …
ବିଶ୍ୱକପରେ ଭାରତର କ୍ରମାଗତ ଷଷ୍ଠ ବିଜୟ, ୧୦୦ ରନରେ ହାରିଲା ଇଂଲଣ୍ଡ Read More »
ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇଲା ଭାରତ
ଧର୍ମଶାଳା : ଦୀର୍ଘ ୨୦ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିଛି । ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ୨୦୦୩ ବିଶ୍ୱକପ ପରଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ହେଉଛି ଭାରତର ପ୍ରଥମ ବିଜୟ । ଏହି ବିଜୟ ସହିତ ଚଳିତ ବିଶ୍ୱକପରେ ଅପରାଜେୟ ଭାରତ ଇତିହାସକୁ ବଦଳାଇ ଦେଇଛି । ପଏଣ୍ଟ ଟେବୁଲ୍ ଶୀର୍ଷରେ ପହଞ୍ଚିିଲା ଭାରତ ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି । ଦଳର ଷ୍ଟାର …
ଏସିଆନ ପାରା ଗେମ୍ସ: ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି । ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେବ ଏସିଆନ ପାରା ଗେମ୍ସ । ଏଥିରେ ସଫଳତା ପାଇଁ ଆଥଲେଟ୍ସ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏସିଆନ ପାରା ଗେମ୍ସ ପାଇଁ କରିଛନ୍ତି କଠିନ ପରିଶ୍ରମ …
ଏସିଆନ ପାରା ଗେମ୍ସ: ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ Read More »
ରୋମାଞ୍ଚ ଭରିଲେ ବିରାଟ, କଲେ ନୂଆ ରେକର୍ଡ
ଆଇସିସି ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ଜାରି ରଖିଛି ତାର ବିଜୟ ଅଭିଯାନ । ଗୁରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବି ଦମଦାର ବିଜୟ ହାସଲ କରିଛି ଭାରତ । ଏହି ବିଜୟ ହାସଲ ସହ ଚଳିତ ବିଶ୍ୱକପରେ ଚତୁର୍ଥ ବିଜୟ ନିଜ ନାମରେ କରିଛି ଭାରତୀୟ ଟିମ୍ । ଦଳର ତାରକା ବ୍ୟାଟ୍ସମ୍ୟାନ୍ କୁହାଯାଉଥିବା ବିରାଟ କୋହଲି ଏହି ମ୍ୟାଚରେ ଦମଦାର ଶତକ ହାସଲ କରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଛନ୍ତି । ମାତ୍ର ୪୧ ଓଭରରେ …
୧୨୮ ବର୍ଷ ପରେ ପୁଣି କମବ୍ୟାକ୍
୨୦୨୮ ଲସ ଏଞ୍ଜଲସ୍ ଅଲିମ୍ପିକ୍ସରେସାମିଲ ହେବ କ୍ରିକେଟ । କ୍ରିକେଟ୍ ସହିତ ୨୦୨୮ ଲସ୍ ଏଞ୍ଜଲସ ଅଲିମ୍ପିକ୍ସରେ ବେସବଲ୍,ପ୍ଲାଗ୍ ଫୁଟବଲ,ସିକ୍ସେସ୍ ଓ ସ୍କ୍ୱାସ୍ ମଧ୍ୟ ସାମିଲ ହୋଇଛନ୍ତି । ଟି ଟ୍ୱେଣ୍ଟି ମ୍ୟାଚ୍ ଭାବେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ମୋଟ ୬ଟି ଟିମ୍ ଏଥିରେ ଭାଗ ନେବେ । ଆୟୋଜକ ଦେଶ ହିସାବରେ ଆମେରିକା ସିଧାସଳଖ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ । ତେବେ ବାକି ୫ ଦେଶ ଚୟନକୁ ନେଇ ନିୟମ ପରେ ଘୋଷଣା …
କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି
ଭୁବନେଶ୍ୱର: ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ …
ହାଇଭୋଲଟେଜ୍ ମ୍ୟାଚରେ ହାଇ ଡ୍ରାମା
ହାଇଭୋଲଟେଜ୍ ମ୍ୟାଚରେ ହାଇ ଡ୍ରାମା । ପଡ଼ିଆ ବାହାର ଦର୍ଶକ ନୁହଁନ୍ତି, ଭିତରେ ଖେଳାଳି ବି କଲେ ଅଜବ୍ କାମ । ଏମିତି ଭାରତ-ପାକିସ୍ତାନ ମ୍ୟାଚ୍ ଫ୍ୟାନଙ୍କ ପାଇଁ ସବୁ ବେଳେ କିଛି ନା କିଛି ନୂଆ ଖୋରାକ ଆଣିଥାଏ । ତେବେ ଶନିବାର ଏଭଳି ଚର୍ଚ୍ଚାର ଆଗରେ ଥିଲେ କିଙ୍ଗ୍ କୋହଲି । ବିରାଟ୍ ପଡ଼ିଆ ଭିତରେ ନିଜର କିଛି କୌତୁକିଆ ବ୍ୟବହାରରେ ମ୍ୟାଚରେ ଗରମ ମସଲା ଭରିଦେଇଥିଲେ । ଭାରତୀୟ ଦଳ ଫିଲଡିଂ କରୁଥିବାବେଳେ …
ଆନ୍ତର୍ଜାତିକ କ୍ରିକେଟ୍ରେ ସର୍ବାଧିକ ଛକାରେ ଗେଲଙ୍କୁ ଟପିଲେ ହିଟ୍ ମ୍ୟାନ୍
ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍ରେ ଭାରତୀୟ ବିଜୟର ପ୍ରମୁଖ ବିନ୍ଧାଣି ସାଜିଛନ୍ତି ବୋଲର ଓ ଅଧିନାୟକ ହିଟମ୍ୟାନ୍ । ପ୍ରଥମେ ବୋଲିଂ ୟୁନିଟ୍ ପାକିସ୍ତାନକୁ ବାନ୍ଧି ରଖିଥିବାବେଳେ ପରେ ଆକ୍ରମଣାତ୍ମକ ଆଭିମ୍ମୁଖ୍ୟ ରଖି ଅଧିନାୟକ ରୋହିତ ଶର୍ମା ଏହି ଏକପାଖିଆ ବିଜୟ ହାସଲ କରିବାକୁ ରାସ୍ତା ସହଜ କରିଥିଲେ । ଆଉ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଶ୍ୱକପରେ ଭାରତ ତା’ ଅପରାଜେୟ ଧାରା ବଜାୟ ରଖିଛି । ରୋହିତଙ୍କ ଦମଦାର ଇନିଂସ ବଳରେ ବିଶ୍ୱକପରେ ପାକିସ୍ତାନ …
ଆନ୍ତର୍ଜାତିକ କ୍ରିକେଟ୍ରେ ସର୍ବାଧିକ ଛକାରେ ଗେଲଙ୍କୁ ଟପିଲେ ହିଟ୍ ମ୍ୟାନ୍ Read More »
ଲକ୍ଷ୍ୟ ସ୍ଥିର ହେଲେ ସଫଳତା ନିଶ୍ଚିତ
କୁହାଯାଏ ଯଦି ଲକ୍ଷ୍ୟ ନିର୍ଦ୍ଦିଷ୍ଟ ଓ ସ୍ଥିର ତେବେ ବିଳମ୍ବ ହେଲେ ବି ସଫଳତା ନିଶ୍ଚିତ ଆସିବ । ଆଉ ଏକଥାକୁ ନିଜ କାର୍ଯ୍ୟରେ ପ୍ରମାଣିତ କରିଛନ୍ତି ଏସୀୟ କ୍ରୀଡ଼ାରେ ଜାଭଲିନ ଥ୍ରୋ ପଦକ ବିଜେତା କିଶୋର ଜେନା । ଅଭାବ ଓ କଷଣ ଭିତରେ ବି ନିଜ ଲକ୍ଷ୍ୟ ରେ ପହଞ୍ଚି ସେ ପ୍ରମାଣିତ କରିଛନ୍ତି ଆଗକୁ ମାଡିଚାଲ… ନିଶ୍ଚିତ ଲକ୍ଷ୍ୟ ହାସଲ ହେବ । ନିଜର ସଫଳତାକୁ ନେଇ ଏବେ ତାଙ୍କୁ ସମସ୍ତେ କହୁଛନ୍ତି, …
କୋହଲିଙ୍କୁ ଖୁବ୍ ପ୍ରଶଂସା କଲେ ଆଫଗାନିସ୍ତାନ ଫ୍ୟାନ
ନୂଆଦିଲ୍ଲୀ: ବିଶ୍ୱକପର ନବମ ମ୍ୟାଚ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଇପିଏଲ ସମୟରେ ନବୀନ ଉଲ୍ଲକହ ଏବଂ ବିରାଟ କୋହଲିଙ୍କ ବିବାଦକୁ ନେଇ ଏହି ମ୍ୟାଚରେ ଫ୍ୟାନ୍ସମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ଦେଖିବାକୁ ମିଳିଥିଲା । ତେବେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଆଫଗାନିସ୍ତାନର ଜଣେ ସୁନ୍ଦରୀ ପ୍ରଂଶସକ ୱାଜମା ଆୟୁବି ବିରାଟ କୋହଲିଙ୍କୁ ସପୋର୍ଟ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଉଭୟ ନବୀନ …
ଦମଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଲା ଭାରତ
ବିଶ୍ୱକପ ର ଆରମ୍ଭରୁ ଭାରତୀୟଙ୍କ ମନ ଜିଣିଲା ଭାରତୀୟ ଟିମ । କଙ୍ଗାରୁ ଟିମ କୁ ବିରାଟ କୋହଲି ଓ କେ ଏଲ ରାହୁଲ ଦମଦାର ଧୋଇବା ସହ ପ୍ରଥମ ମ୍ୟାଚ୍ କୁ ନିଜ ନାମରେ କରିଛି ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ ୧୯୯ ରନରେ ଅଲଆଉଟ କରି ୨୦୦ ରନ ର ଟାର୍ଗେଟ ନେଇ ପଡିଆକୁ ଓଲ୍ହାଇଥିଲା ଭାରତୀୟ ଦଳ । କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ର ସାମ୍ନା କରିଥିଲା ଭାରତ । …
ଦୀପ୍ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏଥିରେ ଦୀପ୍ଗ୍ରେସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକାର କରିବା ସହ ତାଙ୍କୁ ରାଜ୍ୟ ଯୁବପିଢ଼ିଙ୍କ ପାଇଁ ଏକ ଆଦର୍ଶ ବୋଲି କହି ଦୀପ ଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ …
ଦୀପ୍ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ Read More »
ବିଶ୍ୱକପର ନୂଆ ହିରୋ, ରାହୁଲ୍ + ସଚିନ୍ = ରାଚିନ୍
ବିଶ୍ୱକପ୍ କ୍ରିକେଟର ନୂଆ ଷ୍ଟାର୍ ରାଚିନ୍ ରବୀନ୍ଦ୍ର ନିଜର ପଦାର୍ପଣକାରୀ ବିଶ୍ୱକପର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅପରାଜିତ ଶତକ ମାରି ବିଶ୍ୱବିଜେତା ଇଂଲଣ୍ଡକୁ ଏକାପାଖିଆ ଭାବେ ହରାଇଥିବା ରାଚିନ୍ ରବୀନ୍ଦ୍ର ରାତାରାତି ବିଶ୍ୱ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ ଷ୍ଟାର୍ ପାଲଟିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଭାରତୀୟ ବଂଶୋଦ୍ଭବ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର୍ ଭାରତୀୟ ବଂଶୋଦ୍ଭବ ରାଚିନ୍ ତାଙ୍କର ଏହି ପାଳିରେ ୯୬ ବଲ୍ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୫ ଛକା ମାରି ୧୨୩ …
ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଦେବେ ଓଡ଼ିଶା ସରକାର
ଭୁବନେଶ୍ୱର: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ …
ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍; ଜାପାନକୁ ହରାଇଲା ଟିମ୍ ଇଣ୍ଡିଆ
ହାଙ୍ଗଝୋଉ: ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍ । ଶୁକ୍ରବାର ଚୀନର ହାଙ୍ଗଝୋଉରେ ଆୟୋଜିତ ଏସୀୟ କ୍ରୀଡ଼ାରେ ଭାରତ ଗତ ଚାମ୍ପିଅନ ଜାପାନକୁ ୫-୧ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ବିଜୟର ସହିତ ଭାରତ ଆସନ୍ତା ବର୍ଷ ପ୍ୟାରିସରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି । ଏହି କ୍ରୀଡ଼ାରେ ଭାରତ ତରଫରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୨ଟି ଗୋଲ ଦେଇଥିଲେ …
ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍; ଜାପାନକୁ ହରାଇଲା ଟିମ୍ ଇଣ୍ଡିଆ Read More »
ବିଜୟରୁ ବିଶ୍ୱକପ୍-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ
ଅହମଦାବାଦ : ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ବିଶ୍ୱକପର ଉଦ୍ଘାଟନୀ ମ୍ୟାଚ୍ରେ ଇଂଲଣ୍ଡକୁ ୯ ଉଇକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଫଳରେ ୨୦୧୯ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ୯ ଉଇକେଟ୍ରେ ବିଜୟୀ ହୋଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ …
ବିଜୟରୁ ବିଶ୍ୱକପ୍-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ Read More »
ଆଜି ଖେଳିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ, ପରସ୍ପରକୁ ଟକ୍କର ଦେବେ ୧୦ ଶକ୍ତିଶାଳୀ ଟିମ୍
ଅହମ୍ମଦାବାଦ: ଆଜିଠୁ କ୍ରିକେଟ ବିଶ୍ୱକପ ମହାକୁମ୍ଭ । ଭାରତର ୧୦ ସହରରେ ଚାଲିବ କ୍ରିକେଟ ମହାସମର । ୧୦ ଶକ୍ତିଶାଳୀ ଟିମ୍ ପରସ୍ପରକୁ ଟକ୍କର ଦେବେ । ଆଜି ଅପରାହ୍ନ ୨ଟାରୁ ମ୍ୟାଚ ଅନୁଷ୍ଠିତ ହେବ । ଦେଢମାସରୁ ଅଧିକ ସମୟ ଧରି ଲାଗିରହିବ ରୋମାଂଚ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡସ । ପ୍ରଥମଥର ପାଇଁ ବିଶ୍ୱକପ୍ କେବଳ ଭାରତରେ ଆୟୋଜନ ହେବ । …
ଆଜି ଖେଳିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ, ପରସ୍ପରକୁ ଟକ୍କର ଦେବେ ୧୦ ଶକ୍ତିଶାଳୀ ଟିମ୍ Read More »
World Cup 2023 : ପାକିସ୍ତାନ ଟିମକୁ ଭାରତ କେଉଁ ଭିସା ଦେଲା ?
ଭାରତ ଓ ଭାରତୀୟ ଆଇସିସି ବିଶ୍ୱକପ 2023କୁ ନେଇ ଉତ୍ସାହିତ ଅଛନ୍ତି । ଦିନ ଗଡ଼ିବା ସହିତ ବିଶ୍ୱକପର ତାତି ମଧ୍ୟ ବଢ଼ିବାରେ ଲାଗିଛି । ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିରୋଧରେ ମୁକାବିଲାକୁ ଭାରତୀୟ କ୍ରିକେଟ୍ ଫ୍ୟାନ୍ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ତେବେ ପାକିସ୍ତାନୀ ଟିମ୍ ଭାରତ ଆସିବ କି ନାହିଁ ତାକୁ ନେଇ କିଛି ସନ୍ଦେହ ଥିଲା । ଅବଶ୍ୟ ସୁରକ୍ଷାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ପାକ୍ ଟିମ୍ ଭାରତ ଆସୁଛି …
World Cup 2023 : ପାକିସ୍ତାନ ଟିମକୁ ଭାରତ କେଉଁ ଭିସା ଦେଲା ? Read More »
ଧୋନୀଙ୍କୁ ନେଇ ଗମ୍ଭୀରଙ୍କ ଗମ୍ଭୀର ବୟାନ,ଧୋନୀ ମାର୍କେଟିଂ ହିରୋ
ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ବିରାଟ ବୟାନ ଦେଇଛନ୍ତି। ଭାରତୀୟ କ୍ରିକେଟରଙ୍କ ଲାର୍ଜର ଦେନ୍ ଲାଇଫ୍ ଇମେଜ୍ ପାଇଁ ଗମ୍ଭୀର ମିଡିଆ ଓ ମାର୍କେଟିଂକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ କିଛି କ୍ରିକେଟରଙ୍କୁ ଟିମଠାରୁ ବଡ଼ ବନାଇ ଦିଆଯାଏ। କିଛି ଦିନ ପରେ ସେମାନଙ୍କୁ ପୂଜା କରାଯାଏ। ଯାହା ପୁରାପୁରି ଭୁଲ ବୋଲି କହିଛନ୍ତି ଗମ୍ଭୀର। ଗମ୍ଭୀରଙ୍କ ଅନୁସାରେ କ୍ରିକେଟ୍ ଏକ ଟିମ୍ ଗେମ୍। …
ଧୋନୀଙ୍କୁ ନେଇ ଗମ୍ଭୀରଙ୍କ ଗମ୍ଭୀର ବୟାନ,ଧୋନୀ ମାର୍କେଟିଂ ହିରୋ Read More »
ବ୍ରିଜଭୂଷଣ କିଏ,ଯାହାଙ୍କ ବିରୋଧରେ ଧାରଣାରେ ବସିଛନ୍ତି ଦେଶର ନାମିଦାମୀ କୁସ୍ତିଯୋଦ୍ଧା
ବଜରଙ୍ଗ ପୁନିଆ,ବିନେଶ ଫୋଗଟ ଓ ସାକ୍ଷୀ ମଲ୍ଲିକଙ୍କ ଭଳି କୁସ୍ତିଯୋଦ୍ଧା ଜଣେ ବ୍ୟକ୍ତିଙ୍କୁ ବିରୋଧ କରି ଧାରଣାରେ ବସିଛନ୍ତି। ସେହି ବ୍ୟକ୍ତିଙ୍କ ନାମ ହେଉଛି ବ୍ରିଜଭୂଷଣ ସିଂହ। ଯିଏ ଗତ 11 ବର୍ଷ ଧରି ଭାରତୀୟ କୁସ୍ତି ମହାସଂଘର ସଭାପତି ଅଛନ୍ତି। ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ରହିଛି। କିନ୍ତୁ ବିଜେପି ନିଜର ଏହି ସାଂସଦଙ୍କୁ ହଟାଇବାର ନାମ ନେଉନାହିଁ। ଏହା ଭିତରେ ଖେଳାଳୀ ସୁପ୍ରିମକୋର୍ଟରେ ପହଂଚି ସାରିଲେଣି। ତେବେ କିଏ ଏହି ବ୍ରିଜଭୂଷଣ ଯାହାଙ୍କୁ …
ବ୍ରିଜଭୂଷଣ କିଏ,ଯାହାଙ୍କ ବିରୋଧରେ ଧାରଣାରେ ବସିଛନ୍ତି ଦେଶର ନାମିଦାମୀ କୁସ୍ତିଯୋଦ୍ଧା Read More »
‘ସଲିଲ ଅଙ୍କୋଲା : ଷ୍ଟାର କ୍ରିକେଟରୁ ଫିଲ୍ମ ଷ୍ଟାର,ପୁଣି ନିଶାମୁକ୍ତି କେନ୍ଦ୍ରରୁ କ୍ରିକେଟ୍
୯୦ ଦଶକରେ ସେ ଥିଲେ ଭାରତୀୟ କ୍ରିକେଟ୍ ଦୁନିଆର ଷ୍ଟାର । ତାଙ୍କ ପେସବୋଲିଂର ଚର୍ଚ୍ଚା ଢେର ହେଉଥିଲା । କିନ୍ତୁ ଗୋଟିଏ ସମୟ ପରେ ସେ ଉଭାନ ହୋଇଗଲେ । କ୍ରିକେଟ୍ ଦୁନିଆରୁ ଗାଏବ ହୋଇଯାଇଥିବା ସେହି ବ୍ୟକ୍ତି ଏବେ ପୁଣିଥରେ ଫେରିଛନ୍ତି । ଏଥର କିନ୍ତୁ ସିଲେକ୍ଟର ଭାବେ । ଏଥର ସେ ବାଛିବେ ଟିମ୍ ଇଣ୍ଡିଆ ପାଇଁ ଖେଳାଳୀ । ସେହି ବ୍ୟକ୍ତିଙ୍କ ନାମ ହେଉଛି ସଲିଲ ଅଙ୍କୋଲା । ଡେବ୍ୟୁ ମ୍ୟାଚରେ …
‘ସଲିଲ ଅଙ୍କୋଲା : ଷ୍ଟାର କ୍ରିକେଟରୁ ଫିଲ୍ମ ଷ୍ଟାର,ପୁଣି ନିଶାମୁକ୍ତି କେନ୍ଦ୍ରରୁ କ୍ରିକେଟ୍ Read More »
ମୁଣ୍ଡରୁ ଓଢ଼ଣୀ ଖସିଗଲା ବୋଲି ଅନ୍ତର୍ଜାତୀୟ ଖେଳାଳୀଙ୍କ ଘର ଭାଙ୍ଗିଦେଲେ ସରକାର
ହିଜାବକୁ ନେଇ ବିବାଦ ଭାରତରେ କିଛି ଦିନ ତଳ ଜୋର ଧରିଥିଲା । ହିଜାବ ପିନ୍ଧି କଲେଜ ଯିବାକୁ ନେଇ ମୁସଲିମ୍ ଛାତ୍ରୀଙ୍କ ଦାବିକୁ କର୍ଣ୍ଣାଟକ ସରକାର ମାନିବାକୁ ମନା କରିଦେଇଥିଲେ । ପରେ ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଅନ୍ୟପକ୍ଷରେ ଇରାନରେ ହିଜାବ ପିନ୍ଧିବୁ ନାହିଁ ବୋଲି ସେଠାକାର ଯୁବତୀ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନରେ ବେସରକାରୀ ଭାବେ ଶତାଧିକ ପ୍ରାଣ ହରାଇଲେଣି । ଇରାନୀ ସରକାର ମୋରଲ ପୋଲିସ(ରାସ୍ତା ଘାଟରେ …
ମୁଣ୍ଡରୁ ଓଢ଼ଣୀ ଖସିଗଲା ବୋଲି ଅନ୍ତର୍ଜାତୀୟ ଖେଳାଳୀଙ୍କ ଘର ଭାଙ୍ଗିଦେଲେ ସରକାର Read More »
ଫିଫା ବିଶ୍ୱକପରୁ କେହି ଖାଲି ହାତରେ ଫେରିବେ ନାହିଁ,ଗୋଟିଏ ବି ମ୍ୟାଚ୍ ଜିତି ନଥିବା ଟିମ୍ ପାଇବ ୭୩ କୋଟି ଟଙ୍କା
ଆଇପିଏଲର ପ୍ରାଇଜ୍ ମନି ଓ ଫିପା ବିଶ୍ୱକପର ପ୍ରାଇଜ୍ ମନି ମଧ୍ୟରେ ତୁଳନା କେବେ କରିଛନ୍ତି କି ? ଯଦି କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଦୁଇଟି ବିଶ୍ୱ ପ୍ରସିଦ୍ଧ କ୍ରିଡ଼ା ଇଭେଣ୍ଟରେ ପୁରସ୍କାର ରାଶିର ମୂଲ୍ୟ କେତେ । ତେବେ ତା’ ଆଗରୁ ଜାଣିନିଅନ୍ତୁ ଯେ, ଆଇପିଏଲର ଚମ୍ପିଆନ୍ ଟିମ୍ ଫିଫା ବିଶ୍ୱକପରେ ସବୁଠାରୁ ତଳ ନମ୍ବରରେ ଥିବା ଟିମଠାରୁ ମଧ୍ୟ ପୁରସ୍କାର ରାଶି ହିସାବରେ ଗରିବ । ଅର୍ଥାତ ଆଇପିଏଲର ଚମ୍ପିଆନ୍ …
ଆରମ୍ଭରୁ କଙ୍ଗାରୁ ଚିତପଟାଙ୍ଗ୍
ପ୍ରଥମ ମ୍ୟାଚରେ ୮୯ ରନରେ ହାରିଲା ଆୟୋଜକ ଅଷ୍ଟ୍ରେଲିଆ ପ୍ରଥମେ ଓପନର୍ ଡେଭନ କନୱେଙ୍କ ଅପରାଜିତ 92 ରନ୍, ସାଥି ଓପନର୍ ଫିନ୍ ଆଲେନଙ୍କ ବିସ୍ଫୋରକ 42 ଏବଂ ପରେ ବୋଲର ଓ ଫିଲଡରଙ୍କ ମିଳିତ ପ୍ରଦର୍ଶନ। ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଚ୍ରେଲିଆକୁ ତା ନିଜ ମାଟିରେ ଏକପାଖିଆ ମାତ୍ ମାରିଛି ପଡ଼ୋଶୀ ନ୍ୟୁଜିଲ୍ୟାଣ୍ଡ। ପରାଜୟରୁ ହିଁ ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ। ଶନିବାର ସିଡ୍ନୀରେ ସୁପର ୧୨ର ପ୍ରଥମ ମ୍ୟାଚ୍ରେ …
ଅଷ୍ଟ୍ରେଲିଆ ମୁଁହରୁ ମ୍ୟାଚ ଛଡେଇ ଆଣିଲେ ସାମୀ
ୱାର୍ମ ଅପ୍ ମ୍ୟାଚରେ ସାମୀଙ୍କ ଯାଦୁ () ଟି-ଟ୍ୱେଣ୍ଟି ୱାର୍ମ ଅପ୍ ମ୍ୟାଚରେ ବିଚକ୍ଷଣ ବୋଲିଂ କରି ସମାଲୋଚକଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୟୁପି ଏକ୍ସପ୍ରେସ ମହମ୍ମଦ ସାମୀ । ସିଲେକ୍ସନ କମିଟି ୱାର୍ଲଡ କପ୍ ଟିମ ଘୋଷଣା ବେଳେ ସାମୀଙ୍କୁ ଭରଷାକୁ ନେଇନଥିଲେ, ଆଉ ତାଙ୍କୁ ରଖିଥିଲେ ଷ୍ଟାଣ୍ଡ ବାଏରେ । ହେଲେ ବୁମରା ଓ ଚହଲ ଆହତ ହୋଇ ଟିମରୁ ଆଉଟ ହେବା ପରେ ସୂଯୋଗ ଯୁଟିଥିଲା ସାମୀଙ୍କ ଭାଗ୍ୟରେ । ଆଉ …
ଟି-ଟ୍ୱେଣ୍ଟି ୱାର୍ଲଡ କପରେ ବିଷ୍ଫୋରଣ
ବିଶ୍ୱକପ୍ ଆରମ୍ଭରୁ ବିପର୍ଯ୍ୟୟ () କ୍ରିକେଟ ଏକ ଅନିଶ୍ଚିତତା ଭରା ଖେଳ ଏକଥା ସତ କିନ୍ତୁ 2022 ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ମ୍ୟାଚ୍ ଯେଉଁଭଳି ଭାବେ ବିପର୍ଯ୍ୟୟ ସୃଷ୍ଟି କଲା ତାହା ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରୁଛି । କ୍ୱାଲିଫାଇଙ୍ଗ ରାଉଣ୍ଡର ପ୍ରଥମ ମ୍ୟାଚରେ ପୂର୍ବତନ ବିଶ୍ୱକପ୍ ବିଜୟୀ ତଥା ବର୍ତ୍ତମାନର ଏସିଆ କପ ୱିନର ଶ୍ରୀଲଙ୍କାକୁ ଅତି ଶୋଚନୀୟ ଭାବେ ପରାସ୍ତ କରିଛି ଟିମ୍ ନାମିବିଆ । ଏହି ମ୍ୟାଚର ଫଳାଫଳ କ୍ରିକେଟ …
କାହିଁକି ‘ଆରେଷ୍ଟ୍ କୋହଲି’ ?
ଟ୍ୱିଟର ଟ୍ରେଣ୍ଡରେ # ଆରେଷ୍ଟ କୋହଲି ! () ଟ୍ୱିଟରରେ ଟ୍ରେଣ୍ଡ କରୁଛି ଆରେଷ୍ଟ କୋହଲି । ତେବେ ଅଚାନକ କାହିଁକି ଏଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଛି ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ନିକଟରେ କ୍ରିକେଟକୁ ନେଇ ତାମିଲନାଡୁରେ ହୋଇଥିବା ହତ୍ୟା ଘଟଣା ପରେ ଟ୍ୱିଟରରେ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହି ହତ୍ୟା ଅକ୍ଟୋବର ୧୧ ତାରିଖ ରାତିରେ ଘଟିଥିଲା । ଦୁଇ ସାଙ୍ଗ ପି. ବିଘ୍ନେଶ ଏବଂ ଏସ. …
ପାକିସ୍ତାନ ପିଚ୍ ରେ ଦମ୍ ଦେଖାଇବ ଭାରତ!
ପାକ୍ ରେ ଭାରତ ଖେଳିବ ୨୦୨୩ ଏସିଆ କପ୍ ! ଭିଓ () ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି ବିସିସିଆଇ। ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ। ଏଥିରେ ଭାଗ ନେବାକୁ ଭାରତ ଯିବ କି ନାହିଁ, ବୋଲି ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ, ଶେଷରେ ରାଜି ହୋଇଛି ବିସିସିଆଇ । ଏସିଆ କପରେ ଭାଗ ନେବାକୁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ …
ବୁମ୍ରାଙ୍କ ସ୍ଥାନ ନେଲେ ଶାମୀ
ଟି-ଟ୍ୱେଣ୍ଟି ବିଶ୍ୱ କପ୍ ପାଇଁ ବଦଳ ଖେଳାଳି ଘୋଷଣା କିଏ ଖେଳିବେ, କାହାକୁ ଷ୍ଟାଣ୍ଡ୍ ବାଇ ରେ ରଖାଯିବ, ତାକୁ ନେଇ ଚାଲିଥିବା ଅଙ୍କକଷା ଓ ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଟି-ଟ୍ୱେଣ୍ଟି ୱାର୍ଲଡ କପ୍ ପାଇଁ ସଂଶୋଧିତ ପନ୍ଦର ଜଣିଆ ଖେଳାଳି ତାଲିକା ଘୋଷଣାର ଅବଧି ଅକ୍ଟୋବର 15 ରହିଥିଲା। ତେବେ ଏହାର ଦିନକ ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆର ପନ୍ଦର ଜଣିଆ ଚୂଡାନ୍ତ ଦଳ ଘୋଷଣା କରିଛି। ପ୍ରଥମେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ମୁମ୍ବାଇ …
ବାଜୁଥିଲା ଜାତୀୟ ସଂଗୀତ, ବିରାଟ୍ ଚୋବାଉଥିଲେ ଚୁଇଁଗମ୍
ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ପୁଣିଥରେ ବିବାଦ ଭିତରକୁ ଆସିଛନ୍ତି । ୩୩ ବର୍ଷୀୟ ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜାତୀୟ ସଂଗୀତ ଚାଲୁଥିବା ବେଳେ ବିରାଟଙ୍କୁ ଚୁଇଂଗମ୍ ଚୋବାଉଥିବା ଦେଖିବାକୁ ମିଳିଛି । ରବିବାର ଦିନ ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚର ଏହି ଭିଡିଓ ବୋଲି ଦାବି କରାଯାଉଛି । ଏହି ଭିଡିଓକୁ ନେଇ କ୍ରିକେଟ୍ …
ହକି ରାସ୍ତାରେ ଭାରତୀୟ କ୍ରିକେଟ୍
୧୯୬୮ରେ ଦୁଇ ଜଣ କ୍ୟାପ୍ଟେନଙ୍କ ମଧ୍ୟରେ ଟଣାଓଟରାରୁ ଆରମ୍ଭ ହୋଇଥିଲା ଭାରତୀୟ ହକିର ପତନ ଭାରତୀୟ କ୍ରିକେଟରେ ଏବେ ଷ୍ଟାର ୱାର ଚାଲିଛି । ଗୋଟିଏ ପଟେ ବିରାଟ କୋହଲି ତ’ ଅନ୍ୟପଟେ ରୋହିତ ଶର୍ମା । ମଝିରେ ଅଛି ବିସିସିଆଇ ଅର୍ଥାତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ୍ । ରୋହିତଙ୍କୁ ବୋର୍ଡ୍ ଦିନିକିଆ ଓ ଟି-୨୦ର ଅଧିନାୟକ କରିଛି । ଅନ୍ୟପକ୍ଷରେ ଏବେ ବିରାଟଙ୍କ ପାଖରେ ଟେଷ୍ଟ୍ କ୍ରିକେଟର ଅଧିନାୟକତ୍ୱ ରହିଛି । ଦୁଇ ଷ୍ଟାରଙ୍କ …
ଦିନେ ଭାରତ ପାଇଁ ଖେଳୁଥିଲେ ଏବେ ବଂଚିବା ପାଇଁ ଚଷମା ମରାମତି କରୁଛନ୍ତି
ଦିନେ ସେ ଭାରତ ପାଇଁ ଖେଳୁଥିଲେ । ଏବେ କିନ୍ତୁ ପରିବାର ବୋଝ ତାଙ୍କୁ ଚଷମା ସଜାଡିବାକୁ ବାଧ୍ୟ କରିଛି । ଜଣେ ଜାତୀୟ ସ୍ତରର ଫୁଟବଲ ଖେଳାଳୀ କେମିତି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ତାହାର କାହାଣୀ ଦେଖିବାକୁ ମିଳିଛି ଝାଡଖଣ୍ଡର ଗୁମଲାରେ । ଏହି ଖେଳାଳୀଙ୍କ ନାମ ହେଉଛି ଆସିଫ୍ ଅଲ୍ଲୀ । ଆସିଫ୍ ଅଲ୍ଲୀ ପିଲାବେଳୁ ଫୁଟବଲ ପ୍ରତି ଆକୃଷ୍ଠ ଥିଲେ । ଅତି କମ୍ ବୟସରୁ ହିଁ ଫୁଟବଲ ଖେଳପ୍ରତି ଆଗ୍ରହ …
ଦିନେ ଭାରତ ପାଇଁ ଖେଳୁଥିଲେ ଏବେ ବଂଚିବା ପାଇଁ ଚଷମା ମରାମତି କରୁଛନ୍ତି Read More »
ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ?
ଆହୁରି ଦମଦାର ହେବ ଫଟାଫଟ୍ କ୍ରିକେଟ । ଆସନ୍ତା ଆଇପିଏଲରେ ୮ଟି ବଦଳରେ ପଡିଆରେ ମୁହାଁମୁହିଁ ହେବେ ୧୦ଟି ଟିମ୍ । ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଆପିଏଲରେ ସାମିଲ ହେବେ । ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ କିଣିଥିବାବେଳେ ସିଭିସି କ୍ୟାପିଟାଲ ୫ହଜାର ୨୦୦ କୋଟି ଟଙ୍କାରେ ଅହମଦାବାଦକୁ କିଣିଛନ୍ତି । ତେବେ ଆପଣ କେବେ ଅନୁମାନ କରିଛନ୍ତି କି ଏହି ନୂଆ ଦଳ ପାଇଁ ଯେତିକି …
ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ? Read More »
ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ
ଟି୨୦ ଟିମ୍ ଅଧିନାୟକ ପଦରୁ ବିରାଟ ହଟିବା ପରେ ଆଶଙ୍କା କରାଯାଉଥିଲା ଯେ, ପିକଚର ସେଇଆ ନୁହେଁ ଯାହା ଦେଖାଯାଉଛି । ଟିମ୍ ଇଣ୍ଡିଆରେ ଅସଲ ଚିତ୍ର ଅଲଗା କିଛି ଥିଲା । ଧିରେ ଧିରେ ଏବେ ସେହି ଆଶଙ୍କା ସତ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଭିତରେ ମତଭେଦ ରହିଥିବା ଜଣା ପଡିଛି । ଦଳର ଅନେକ ବରିଷ୍ଠ କ୍ୟାପ୍ଟେନ୍ କୋହଲିଙ୍କୁ ନେଇ ସନ୍ତୁଷ୍ଟ ନଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଦୁଇ …
ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ Read More »
ନିଲାମ ହେବ ଲବଲିନାଙ୍କ ଗ୍ଲୋଭ୍ସ ଓ ନୀରଜଙ୍କ ଜାଭେଲିନ, ପ୍ରଥମ ଦିନରେ ଆଶାରୁ ଅଧିକ ବୋଲି
ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ସ୍ମୃତି ସ୍ୱରୂପ ଉପହାର ଦିଆଯାଇଥିବା ଇ-ନିଲାମୀକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ ୧୦ କୋଟିଟଙ୍କାରୁ ଅଧିକର ନିଲାମି ଡକାଯାଇଛି । ନିଲାମୀର ପ୍ରଥମ ଦିନରେ ଯେଉଁଭଳି ଭାବେ ୧୦ କୋଟି ପର୍ଯ୍ୟନ୍ତ ନିଲାମୀ ଡକାଯାଇଛି ତାହା ଆଗାମୀ ୧୯ ଦିନରେ ଅଧିକ ବଢିବ ବୋଲି ଆଶା କରାଯାଉଛି । ନିକଟରେ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଲମ୍ପିକ୍ସ ପଦକ ବିଜେତା ନିଜ …
ନିଲାମ ହେବ ଲବଲିନାଙ୍କ ଗ୍ଲୋଭ୍ସ ଓ ନୀରଜଙ୍କ ଜାଭେଲିନ, ପ୍ରଥମ ଦିନରେ ଆଶାରୁ ଅଧିକ ବୋଲି Read More »
ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍
ICC ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ଉଦ୍ୟମ କରିବ । ଭାରତ ଭଳି ଦେଶରେ କ୍ରିକେଟ କାହିଁକି ଅଲମ୍ପିକ୍ସରେ ସାମିଲ ନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ୨୦୨୮ରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସିର ଉଦ୍ୟମ ନିଶ୍ଚିତ ଭାବେ ଭାରତୀୟ ଉପମହାଦେଶ ପାଇଁ ଖୁସି ଖବର । କାରଣ …
ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍ Read More »
ସାନ୍ ମାରିନୋର ୧୧ ହଜାର ଲୋକଙ୍କ ଭାଗରେ ଗୋଟିଏ ପଦକ, ଭାରତର ୧୯ କୋଟି ଲୋକଙ୍କ ପାଇଁ ଗୋଟିଏ !
ଟୋକିଓ ଅଲମ୍ପିକ୍ସର ସମାପନ ଘଟିଛି । ଭାରତ ପାଇଁ ଏହା ତା’ ଇତିହାସର ସବୁଠାରୁ ସଫଳ ଅଲମ୍ପିକ୍ସ ବୋଲି କୁହାଯାଇପାରେ । ପ୍ରଥମ ଥର ପାଇଁ ଭାରତ ସର୍ବାଧିକ ୭ ମେଡାଲ ପାଇଛି । ଏହା ସହ ଭାରତ ପ୍ରଥମଥର ପାଇଁ ଫିଲ୍ଡ ଓ ଟ୍ରାକ୍ ଇଭେଣ୍ଟରେ ଖାତା ମଧ୍ୟ ଖୋଲିଛି । ତେବେ ଏହାରି ଭିତରେ ଗୋଟିଏ ଦୁଃଖଦ ତଥ୍ୟ ମଧ୍ୟ ରହିଛି । ଅଲମ୍ପିକ୍ସରେ ୨ଶହ ଦେଶ ଭାଗ ନେଇଥିଲେ । ଏହି ଦେଶଙ୍କ …
ସାନ୍ ମାରିନୋର ୧୧ ହଜାର ଲୋକଙ୍କ ଭାଗରେ ଗୋଟିଏ ପଦକ, ଭାରତର ୧୯ କୋଟି ଲୋକଙ୍କ ପାଇଁ ଗୋଟିଏ ! Read More »
ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ
ନୀରଜ ଚୋପ୍ରା ଏବେ ଦେଶର ଏକ ପରିଚିତ ନାମ । ସେନାର ଏହି ଜୁନିଅର କମିଶନଡ୍ ଅଫିସର ଟୋକିଓ ଅଲମ୍ପିକ୍ସରେ ଭାରତକୁ ଦେଇଛନ୍ତି ତା’ର ପ୍ରଥମ ଟ୍ରାକ୍ ଆଣ୍ଡ୍ ଆଥଲେଟିକ୍ସ ମେଡାଲ । ନୀରଜଙ୍କ ବାପା ଜଣେ କୃଷକ । ନୀରଜଙ୍କ ପ୍ରାରମ୍ଭିକ ଜୀବନ ଥିଲା ବେସ ସଂଘର୍ଷପୂର୍ଣ୍ଣ । ନୀରଜଙ୍କ ଜୀବନକୁ ନେଇ ଏବେ ଅନେକ କଥା ସାମ୍ନାକୁ ଆସୁଛି । ତାହାରି ଭିତରୁ ଗୋଟିଏ ଭାରତ ଇତିହାସର ଏକ ମୋଡ ପରିବର୍ତ୍ତନାକାରୀ ଘଟଣା ସହିତ …
ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ Read More »
ଅଲମ୍ପିକ୍ସରେ ମାନବତାର ଉଦାହରଣ, ଏକା ସ୍ୱର୍ଣ୍ଣ ପଦକ ନେବାକୁ ମନା କଲେ ପ୍ରତିଦ୍ୱନ୍ଦ୍ୱୀ
ଦୁନିଆରେ ସବୁ ଖେଳାଳୀଙ୍କ ସ୍ୱପ୍ନ ହେଉଛି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା । ଏହା ହେଉଛି କ୍ରୀଡା ଜଗତର ମହାକୁମ୍ଭ । ଯେଉଁଠି ପଦକ ଜିତିବା ଅର୍ଥ ହେଉଛି ବିଶ୍ୱ ଆଗରେ ନିଜର ଶ୍ରେଷ୍ଠତା ଜାହିର କରିବା । ପଦକ ପାଇଁ ଅଲମ୍ପିକ୍ସରେ ଚାଲେ କଡା ପ୍ରତିଦ୍ୱନ୍ଦ୍ୱିତା । ଏମିତିରେ ଯଦି କୌଣସି ଖେଳାଳୀ ଅଲମ୍ପିକ୍ସ ଗୋଲ୍ଡ ମେଡାଲ ନେବାକୁ ମନା କରିଦିଅନ୍ତି , ତାହା ପୁଣି ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାନ ପଦକ ମିଳିଲେ ହିଁ ନେବେ ବୋଲି …
ଅଲମ୍ପିକ୍ସରେ ମାନବତାର ଉଦାହରଣ, ଏକା ସ୍ୱର୍ଣ୍ଣ ପଦକ ନେବାକୁ ମନା କଲେ ପ୍ରତିଦ୍ୱନ୍ଦ୍ୱୀ Read More »
ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର
ଟୋକିଓ ଅଲମ୍ପିକ୍ସର ଆରମ୍ଭ ହୋଇ ସାରିଛି । ଅନେକ ଖେଳରେ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି । ଏପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ରୌପ୍ୟ ପଦକ ଆସିଛି । ଅଲମ୍ପିକ୍ ଖେଳ ବେଳେ ଆମ ନଜର ସାଧାରଣତଃ ପଦକ ତାଲିକା ଉପରେ ଥାଏ । ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ପଦକ ତାଲିକା ଉପରେ କବଜା ଜମେଇ ରଖୁଥିବା ବେଳେ ଭାରତ ଭଳି ଦେଶଙ୍କ ପାଇଁ ପଦକ ମରୁଡି ପଡିଥାଏ । ସବୁ …
ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର Read More »
When Naveen stepped in 2018 to save Indian Hockey
In February 2018, Indian Hockey went into a crisis when Sahara decided to end their 23-year-old association owing to the crisis situation within the company. The decision to terminate the contract was mutual. What’s next? Hockey India needed a solid partner to take the game forward as the condition of Indian Hockey was not in …
When Naveen stepped in 2018 to save Indian Hockey Read More »
ହକି, ମିଡିଆ ଓ ନବୀନ
‘IHF ହକିକୁ ମାରି ସାରିଥିଲା, ତା’ପରେ ଆସିଲେ ନବୀନ ଆଉ ସବୁକିଛି ବଦଳିଗଲା’ ରବିବାର ଥିଲା ସୁପର ସଣ୍ଡେ । ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଭାରତକୁ ବ୍ରୋଞ୍ଜ ଦେବା ସହିତ ଦୁଇଟି ଅଲମ୍ପିକ୍ସ ମେଡାଲ ପାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ । ପୁଣି ସେହି ରବିବାର ଦିନ ଭାରତ 41 ବର୍ଷ ପରେ ପ୍ରଥମ ଥର ପାଇଁ ହକି ସେମିଫାଇନାଲକୁ ଉନ୍ନିତ ହୋଇଥିଲା । 1980 ମସ୍କୋ ଅଲମ୍ପିକ୍ସ ପରେ ଭାରତୀୟ ପୁରୁଷ ହକି ଟିମ୍ …
ଅଫେରା ରାଇଜ ରେ FLYING ଶିଖ୍
ଯେବେ ସିଏ ଦୌଡିବା ଆରମ୍ଭ କରୁଥିଲେ ସବୁକିଛି ରହିଯାଉଥିଲା ପଛରେ, running track ଠାରୁ ଆରମ୍ଭ କରି ଷ୍ଟାଡିୟମ ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ତାଙ୍କ ଆଗମନରେ ହୋଇପଡୁଥିଲେ ଊସ୍ଛାହିତ, ସାରା ବିଶ୍ୱ ଅପେକ୍ଷା କରୁଥିଲା ଆଉ ଏକ ନୂଆ ରେକର୍ଡ କୁ ଆଂଜ୍ଞା ହଁ ଆମେ ସେଇ ରେକର୍ଡ ବ୍ରେକର flying ଶିଖ ଙ୍କ ବିଷୟରେ କହୁଚୁ ଯିଏ କି ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକ କରି ଶତ୍ରୁ ର ମୁହଁ ରୁ …
Punjab Kings wins with nine-wicket against Mumbai Indians in IPL 2021
Punjab Kings finally ticked all the boxes that helped them arrest a three-match streak and ended their assignment in Chennai with a 9-wicket victory over defending champions Mumbai Indians on Friday.It was skipper KL Rahul’s evening throughout. He won the toss, used his bowlers judiciously to limit Mumbai to a below-par 131/6 and anchored the …
Punjab Kings wins with nine-wicket against Mumbai Indians in IPL 2021 Read More »